ଗଞ୍ଜାମ, ଗଞ୍ଜାମ ଜିଲ୍ଲାର ସମସ୍ତ ଦୋକାନରେ ଦୋକାନ ମାଲିକ ଦୋକାନ ସାମ୍ନାରେ ଦୁଇଟି ଯାକ ଡୋଜ୍ କରୋନା ଟୀକା ନେଇଥିବା ସାର୍ଟିଫିକେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏକ ଭିଡ଼ିଓ ବାର୍ତାରେ ଜଣାଇଛନ୍ତି ଯେ, ସମସ୍ତ ଦୋକାନୀ ମାନଙ୍କୁ ଟୀକାକରଣର ବ୍ୟବସ୍ଥା କରାଯାଇଛି । ଏବଂ ସମସ୍ତ ଦୋକାନୀ ଏହି ଟୀକା ନେବା ସହ ଜନସାଧାରଣ ଓ ଗ୍ରାହକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ ଏହି ଟୀକା ନେଇଥିବାର ପ୍ରମାଣପତ୍ର ଦୋକାନ ସମ୍ମୁଖରେ ଲଗାଇବାର ବ୍ୟବସ୍ଥା କରିବା ସହ ଏହା ସହ ପାଂଚସୂତ୍ରୀ ନିୟମ ମଧ୍ୟ ପାଳନ କରିବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଏକ ଟିମ୍ ଗଠନ କରାଯାଇ ଆସନ୍ତା ଜୁଲାଇ ୧ ତାରିଖ ଠାରୁ ଏହି ଟିମ୍ ପ୍ରତ୍ୟେକ ଦୋକାନକୁ ଯାଇ ଏ ସମ୍ପର୍କରେ ତଦାରଖ କରିବେ । ଯେଉଁ ଦୋକାନୀ ମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।