କେନ୍ଦ୍ରାପଡ଼ା – ଆର୍ଥିକ ବୁଝାମଣାରେ ସ୍ୱାକ୍ଷର ନକରିବା ପାଇଁ ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ୱଦେଶୀ ଜାଗରଣ ମଂଚ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କ୍ଷତ୍ରିୟ ବ୍ୟାପକ ଆର୍ଥିକ ବୁଝାମଣା (ଆର୍ସିଇପି)ରେ ଦସ୍ତଖତ ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ନିବେଦନ କରାଯାଇଛି । ଏ ସମ୍ବନ୍ଧରେ ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ଏକ ଦାବିପତ୍ର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାପଡିଛି । ଭାରତ ସରକାର ଅନ୍ୟ ୧୫ଟି ଦେଶ ସହ ମିଳିତ କ୍ଷତ୍ରିୟ ଆର୍ଥିକ ବୁଝାମଣା (ଆର୍.ସି.ଇ.ପି) ମାଧ୍ୟମରେ ମୁକ୍ତ ବ୍ୟାପାର ବୁଝାମଣା କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ବୁଝାମଣାରେ ୮୦ରୁ ୯୦ ଭାଗ ବସ୍ତୁମାନଙ୍କ ଉପରୁ ଆମଦାନୀ ଶୁଳ୍କ ଶତକଡା ୦% କରିବା ପାଇଁ ବ୍ୟବସ୍ଥା ରଖାଯାଇଛି । ଫଳରେ ଭାରତର ଶିଳ୍ପ, କୃଷି, ଗୋପାଳନ ଓ ଗ୍ରାମୀଣ କ୍ଷେତ୍ରରେ କୁଟୀର ଶିଳ୍ପ ମାଧ୍ୟମରେ ରୋଜଗାର କରୁଥିବା ପ୍ରାୟ ୧୦କୋଟି ଜନତା ପ୍ରଭାବିତ ହେବେ । ଆମଦାନୀ ଶୁଳ୍କ ହ୍ରାସ କରାଗଲେ ବିଶେଷ ଭାବରେ କୃଷକ ଓ ମହିଳା ଗୋÂୀଙ୍କ ରୋଜଗାର ଉପରେ ଗଭୀର ପ୍ରଭାବ ପକାଇବ ଓ କୃଷକ ମାନଙ୍କର ରୋଜଗାର ଦ୍ୱିଗୁଣିତ ହେବା ସ୍ଥାନରେ ଅଧାଅଧି କମିଯିବା ସହ ପ୍ରାୟ ୫ କୋଟି ଲୋକ ଜୀବିକା ହରାଇବେ । କ୍ଷୁଦ୍ରଚାଷୀ, ମଧ୍ୟମ ଧରଣର ଶିଳ୍ପ, ରୁଦ୍ରଚାଷୀ ଆଦି ପାରମ୍ପାରିକ କୃଷି ଉପରେ ଗଭୀର ପ୍ରଭାବ ପକାଉଥିବାରୁ ଏହି ବୁଝାମଣାରେ ଦସ୍ତଖତ ନକରିବା ପାଇଁ ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ନିବେଦନ କରାଯାଇଛି । ଜିଲ୍ଲା ସଂଯୋଜକ ଅଚ୍ୟୁତାନନ୍ଦ ସ୍ୱାଇଁ, ଅଙ୍କନ କୁମାର ଖଟୁଆ, ଶିବଶମ୍ବୁ ବେହେରା, ସୂର୍ଯ୍ୟକାନ୍ତ ପରିଡା, ଆଦର୍ଶ ଦାସ ପ୍ରମୁଖ କର୍ମକର୍ତାମାନେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
Related Stories
November 24, 2024
November 24, 2024