ଭୁବନେଶ୍ୱର, ଆଜିଠୁ ୪୭୭ଟି ପୋଲିସ୍ ଏସ୍ ଆଇ ପଦବୀ ପୂରଣ ପାଇଁ ପ୍ରକ୍ରିୟା ହୋଇଛି । ଏଥିପାଇଁ ମଙ୍ଗଳବାର ଠାରୁ ଅନ୍ଲାଇନ୍ରେ ଆବେଦନ ଆରମ୍ଭ ହୋଇଛି । ନିଯୁକ୍ତି ପଦ୍ଧତି ସଂପର୍କରେ ସୂଚନା ଦେଇ ଏଡିଜି ଯଶୋବନ୍ତ ଜେଠୱା କହିଛନ୍ତି, ଅନଲାଇନ ଆବେଦନ ପାଇଁ ଆଜିଠୁ ପୋର୍ଟାଲ ଖୋଲା ଯାଇଛି । ଏଯାଏ ୨୮୩୧ ପ୍ରାର୍ଥୀ ରେଜିଷ୍ଟ୍ରେସନ, ୭୭୨ ଆବେଦନ କରିସାରିଲେଣି । ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସ୍ଡ ଲିଖିତ ପରୀକ୍ଷା କରାଯିବ । ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତରମୂଳକ ପରୀକ୍ଷା ହେବ । ଏସଆଇ ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନି କହିଛନ୍ତି ଏଡିଜି ଜେଠୱା ।ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଏହି ପଦ ନିମନ୍ତେ ଆବେଦନ କରିହେବ । ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୋଲିସ୍ ରିକ୍ୟୁଟମେଂଟ ବୋର୍ଡ ସବଇନ୍ସପେର ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଛି । ପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏହି ଦାୟିତ୍ୱ ତୁଲାଉଥିଲା ।ଏଥର ପ୍ରଥମଥର ପାଇଁ କିନ୍ନରମାନେ ପୋଲିସ୍ ସବ୍ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ । ୪୭୭ଟି ସବ୍ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ୨୪୪ଟି କନଷ୍ଟେବଳ (କମ୍ୟୁନିକେସନ) ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି ।