କନ୍ଧମାଳ,କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ଧିରେଧିରେ କମୁଛି । ଆଜି ମିଳିଥିବା ସୁଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ପୁଣି ୫୧ ଜଣ ନୁଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୬ ଜଣ ଏବଂ ଗ୍ରାମାଂଚଳରେ ୩ ଜଣଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଚିହ୍ନଟ କରାଯାଇଛି । ଜିଲ୍ଲାର ବାଲିଗୁଡାର ବିଜ୍ଞାପିତ ଅଂଚଳରେ ୮ ଜଣ ଏବଂ ଗ୍ରାମାଂଚଳରେ ଜଣଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଜିଲ୍ଲାର ଚକାପାଦରେ ୪ ଜଣ,ଦାରିଙ୍ଗବାଡିରେ ୨ ଜଣ,ଖଜୁରିପଡାରେ ୫ ଜଣ,କୋଟଗଡରେ ସର୍ବାଧିକ ୧୫ ଜଣ,ଫିରିଙ୍ଗିଆରେ ୫ ଜଣ ଏବଂ ଜିଲ୍ଲାର ଟିକାବାଲି ଓ ତୁମୁଡିବନ୍ଧରେ ଜଣେ ଲେଖାଏଁ ସଂକ୍ରମିଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୫୦୫ ରେ ପହଂଚିଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୯,୯୯୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୪୬ ରେ ରହିଛି । ଆଉ ୪୬୮ ଜଣ ସଂକ୍ରମିତ ପୃଥକ ବାସରେ ଏବଂ କୋଭିଡ ହସ୍ପିଟାଲରେ ଚିକିସôାଧିନ ଅଛନ୍ତି ।