ଭୁବନେଶ୍ୱର – ଆଜି ପୂର୍ବାହ୍ନରେ ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମମନ୍ତ୍ରୀମାନଙ୍କ ସମ୍ମିଳନୀ ଭୁବନେଶ୍ୱର ଠାରେ ଅନୁÂିତ ହୋଇଯାଇଛି । କେନ୍ଦ୍ର ଶ୍ରମମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ସମ୍ମିଳନୀରେ ରାଜ୍ୟ ଶ୍ରମ, ରାଜ୍ୟ କର୍ମଚାରୀ ବୀମା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ ଯୋଗଦାନ କରି କହିଲେ ଯେ, ଶ୍ରମିକମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବା କଲ୍ୟାଣକାରୀ ଯୋଜନାରେ ଓଡ଼ିଶା ସମଗ୍ର ଦେଶରେ ଏକ ଆଗୁଆ ରାଜ୍ୟରେ ପରିଣତ ହୋଇଛି । ସମ୍ପ୍ରତି ପ୍ରାୟ ୧ କୋଟି ଲୋକ ସାମାଜିକ ସୁରକ୍ଷା ପରିସରଭୁକ୍ତ ହୋଇପାରିଛନ୍ତି । ଆନ୍ତର୍ଜାତିକ ଶ୍ରମିକ ସଂଗଠନ ସହାୟତାରେ ମୁଖ୍ୟମନ୍ତ୍ରୀ ସବୁ ସ୍ତରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ବର୍ତମାନ ସୁଦ୍ଧା ୨୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକୃତ କରାଯାଇଛି ଏବଂ ସେମାନଙ୍କୁ ୧୪୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ସହାୟତା ପ୍ରଦାନ କରାଯାଇଛି ।
ମନ୍ତ୍ରୀ ଶ୍ରୀ ସିଂହ ରାଜ୍ୟ କର୍ମଚାରୀ ବୀମା ପକ୍ଷରୁ ପାରାଦୀପ, ଜୟପୁର, ବ୍ରହ୍ମପୁର ଏବଂ ବାଲେଶ୍ୱର ହସପିଟାଲ ନିର୍ମାଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଙ୍ଗୱାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଭୁବନେଶ୍ୱର ଠାରେ ଏକ ସୁପର ସ୍ପେଶାଲିଷ୍ଟ ହସପିଟାଲ ଓ ପ୍ରସ୍ତାବିତ ୫୦୦ ଶଯ୍ୟାବିଶିଷ୍ଟ ମେଡ଼ିକାଲ କଲେଜ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘଦିନ ଧରି ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଉପସ୍ଥାପନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିହାରର ଶ୍ରମମନ୍ତ୍ରୀ ଶ୍ରୀ ବିଜୟ କୁମାର ସିହ୍ନା, ଛତିଶଗଡ଼ର ନଗର ପ୍ରଶାସକ ଓ ଶ୍ରମମନ୍ତ୍ରୀ ଶ୍ରୀ ଶିବ କୁମାର ଦହରିୟା, କେନ୍ଦ୍ର ଶ୍ରମ ସଚିବ ଶ୍ରୀ ହୀରାଲାଲ୍ ସମରିୟାଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ସମ୍ପୃକ୍ତ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।