
ଜୟପୁର, ଜୟପୁର ସହରରେ ଆଜି ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଆଜି ଠୁ ଆରମ୍ଭ ହୋଇଛି । ଟୀକାକରଣ ନିମନ୍ତେ ପ୍ରଦାନ କରାଯାଉଥିବା ରସିଦ୍ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଥିବା ଫୋଟୋକୁ ବିରୋଧ କରି ବିଜେପି ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମକରନ୍ଦ ବେହୁରାଙ୍କୁ ଘେରାଉ କରାଯାଉଛି । ସେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ଼୍ ଟୀକାକରଣ ସ୍ଥିତି ପରଖିବାକୁ ଆସିଥିବା ବେଳେ ସେଠାରେ ବିଜେପି କର୍ମୀମାନେ ତାଙ୍କୁ ଘେରାଉ କରିଥିଲେ ।