
ବାଲେଶ୍ୱର,ମାସକ ପୂର୍ବରୁ ଧାନ ବିକ୍ରୀ କରିଥିଲେ ସୁଦ୍ଧା ଅଦ୍ୟାବଧି ଆକାଉଂଟକୁ ଟଙ୍କା ଆସିନଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହାର ପ୍ରତିବାଦରେ ଭୋଗରାଇ ବ୍ଲକ୍ ଡାହୁନଦା ସେବା ସମବାୟ ସମିତି ସମ୍ମୁଖରେ ଆଜି ଧାରଣା ଦେଇଛନ୍ତି ଚାଷୀ । କୋଭିଡ଼୍ କଟକଣାକୁ ଅନୁପାଳନ କରି ବହୁ ସଂଖ୍ୟାରେ ଚାଷୀ ଏଥିରେ ସାମିଲ୍ ହୋଇଥିଲେ । ପ୍ରଶାସନ ଘଟଣାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଆକାଂଉଟକୁ ତୁରନ୍ତ ଧାନ ବିକ୍ରୀ ବାବଦ ଟଙ୍କା ପଠାଯିବା ଦିଗରେ କାର୍ଯ୍ୟ କରୁ ବୋଲି ସେମାନେ ଦାବି କରିଛନ୍ତି ।