କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ତାଳବଣିଆସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ରହୁଥିବା ପ୍ରଭାତୀ ଦାସଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ପ୍ରଭାତୀଙ୍କ ଭିନ୍ନକ୍ଷମ ପୁତ୍ରର ଗତ ଅଗଷ୍ଟ ମାସରେ ଅକାଳ ବିୟୋଗ ପରେ ଗତ ମେ ମାସ ୭ ତାରିଖରେ ତାଙ୍କ ବୋହୂ କରୋନାରେ ପ୍ରାଣ ହରାଇଥିଲେ । ଫଳରେ ଅନାଥ ୧୨ ଓ ୧୦ ବର୍ଷ ବୟସର ଦୁଇ ନାତୁଣୀ ଓ ୪ ବର୍ଷର ନାତିଙ୍କ ଦାୟିତ୍ବ ତାଙ୍କ ଉପରେ ରହିଛି । ଏହି ଘଟଣା ଜଣାପଡିବା ପରେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହାର ଯାଞ୍ଚ କରି ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏହି ମର୍ମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ସରକାରଙ୍କ ଯୋଜନା ଅନୁଯାୟୀ ଉକ୍ତ ଶିଶୁ ମାନଙ୍କୁ ସହାୟତା ପ୍ରଦାନ କରାଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆପଦକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ ତ୍ରିପାଠୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶ୍ରୀ ଶକ୍ତିପାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024