
-
ବିଭିନ୍ନ ଯୋଗ ମୁଦ୍ରାର ଚିତ୍ରଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ସେ ଏହି ବାଲୁକା କଳାରେ ଯୋଗ କରିବା ଦ୍ୱାରା ଆମେ ସମସ୍ତେ ସୁସ୍ଥ ରହିବା ସହିତ କରୋନା ରୁ ମୁକ୍ତି ପାଇପାରିବା ର ବାର୍ତ୍ତା ଦେବା ସହିତ ବାଲୁକା କଳା ରେ ବିଭିନ୍ନ ଯୋଗ ମୁଦ୍ରା ର ଚିତ୍ରଣ କରିଛନ୍ତି ଏବଂ ଏଥିରେ “International Yoga Day” ର ବାର୍ତ୍ତା ଦେଇଛନ୍ତି। ଏହି ବାଲୁକା କଳା କୁ ନିର୍ମାଣ କରିବା ପାଇଁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏହି ବାଲୁକା କଳା ଟି ୧୫ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି।