-
ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଜାରିହେବ ୧୪୪ ଧାରା
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ରବିବାର ଦିନ ୧୨ ଟା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଙ୍କ ଅଧ୍ୟକ୍ଷତାରେ ସେବାୟତ ପ୍ରତିନିଧି ମାନଙ୍କୁ ନେଇ ଛତିଶା ନିଯୋଗର ବୈଠକ ଅନୁଷ୍ଠିତ ହୋଇଥିଲା |ବୈଠକରେ ଚଳିତ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଅନୁସାରେ ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେବ ଚଳିତ ସ୍ନାନପୂର୍ଣ୍ଣିମା ନୀତି ।ପାଳିଆ ସେବାୟତ ମାନଙ୍କୁ ପାସ ପ୍ରଦାନ କରାଯିବ ଏବଂ ଅନ୍ୟ ସେବକ ମାନେ ମହାପ୍ରଭୁ ଙ୍କ ଦର୍ଶନ କରିପାରିବେ |ଗତ ସ୍ନାନଯାତ୍ରରେ ହୋଇଥିବା ବ୍ୟତିକ୍ରମ ଚଳିତ ସ୍ନାନଯାତ୍ରରେ ଯେପରି ପୁନରାବୃତ୍ତି ନ ହୁଏ ତାହା ସେବାୟତ ଙ୍କ ସହିତ ଆଲୋଚନା ହୋଇଛି ବୋଲି ମତ ଦେଇଛନ୍ତି ମୁଖ୍ୟ ପ୍ରଶସକ |ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ଜାରିହେବ ୧୪୪ ଧାରା ଏବଂ ଦୂରଦର୍ଶନ ମାଧ୍ୟମରେ ଘରେ ରହି ଶ୍ରଦ୍ଧାଳୁ କରିପାରିବେ ମହାପ୍ରଭୁ ଙ୍କ ଦର୍ଶନ |
୨୦୨୦ ବର୍ଷ ନୀତିକାନ୍ତିର ହେବ ପୁନରାବୃତ୍ତି ।
ରାତି ୧ଟା- ପହଣ୍ତି ଆରମ୍ଭ,ସକାଳ ୯- ଜଳଲାଗି,
ଦିନ ୧୧ଟା- ଗଜାନନ ବେଶ ଓ ସନ୍ଧ୍ୟା ୫ଟା- ବାହୁଡା ପହଣ୍ତି
ଅନୁଷ୍ଠିତ ହେବ |