ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୮୯୧୨ କରୋନାର ନୂଆ ମାମଲା
ମୁମ୍ବାଇ , ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୮୯୧୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୯୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୨,୫୯୭ ହୋଇଛି ।
ତେଲେଙ୍ଗାନାରେ ଗତ ୨୪ ଘଂଟାରେ କରୋନାର ୧,୩୬୨ ନୂଆ ମାମଲା
ହାଇଦ୍ରାବାଦ , ତେଲେଙ୍ଗାନାରେ ଗତ ୨୪ ଘଂଟାରେ ୧,୩୬୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୬୮ ହୋଇଛି ।