

ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦଳ ତରଫରୁ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ବିଭିନ୍ନ ଅଂଚଳରେ କରୋନା ସଚେତନତା କାର୍ଯ୍ୟକ୍ରମ ସହ ମାକ୍ସ ସାନିଟାଇଜର ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଯୁବ କଂଗ୍ରେସର ଏକ ଦଳ ଲାଞ୍ଜିଗଡର ନିୟମଗିରି ଅଂଚଳର ପୁନଃକାଡୁ, ପାଲବେରୀ, ଫୁଲଡୁମେର ଗାଁକୁ ଗସ୍ତ କରି ରାସନ ସାମଗ୍ରୀ, ମାକ୍ସ, ସାନିଟାଇଜର ବଣ୍ଟନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ଭବାନୀପାଟଣା ବ୍ଲକର ବମ୍ବରୁପଦର ଗ୍ରାମରେ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରିବା ସହ ଲୋକ ମାନଙ୍କୁ ମାକ୍ସ ଓ ସାନିଟାଇଜର ବଂଟନ କରିଥିଲେ ଓ ଭବାନୀପାଟଣା ଠାରେ ମାକ୍ସ, ରାସନ ଓ ଶିଶୁ ମାନଙ୍କୁ ଖାତା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲ ଆଦିବାସୀ ନେତା ପର୍ମାନନ୍ଦ ମାଝୀ, ବ୍ରଜ ସାହୁ, ମୋହ୍ମାଦ ଶହେ, ସୁଶାନ୍ତ ପ୍ରଧାନୀ, ମନ୍ଦାକିନୀ, ପିଣ୍ଟୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ହୋଇ କରୋନା ସଚେତନତା ବାର୍ତା ଦେଇଥିଲେ ।