– ଛାତ୍ର ବୃତି ଦ୍ୱାରା ପ୍ରାୟ ୪ ଲକ୍ଷ ବିଦ୍ୟାର୍ଥୀ ଲାଭାନ୍ୱିତ : ରାମଦାସ ଅଠାୱାଲେ
– ଆନ୍ତଃଜାତି ବିବାହକୁ ପ୍ରୋସôାହନ ଦେବା ପାଇଁ ଆହ୍ୱାନ
ଭୁବନେଶ୍ୱର – ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱାଲେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, ୨୦୧୪ ମସିହାରେ ଓଡିଶାରେ ୧୬୫୩ଟି ଅତ୍ୟାଚାର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୫ ମସିହାରେ ୧୮୧୮, ୨୦୧୬ରେ ୧୭୯୬, ୨୦୧୭ରେ ୧୮୯୩, ୨୦୧୮ରେ ୧୭୭୫ ଓ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୦୦୨ଟି ମାମଲା ପଞ୍ଜିକୃତ ହୋଇଛି । ଦଳିତମାନଙ୍କ ଉପରେ ଅତ୍ୟାଚାର ଘଟଣା ହ୍ରାସ ପାଇଁ ଆନ୍ତଃଜାତି ବିବାହକୁ ପ୍ରୋସôାହନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ରାଜ୍ୟରେ ପ୍ରାକ୍ ମାଟ୍ରିକ ବୃତି ଯୋଗୁଁ ୧,୯୦,୩୧୪ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତିରେ ୨,୦୩,୯୬୩ ଜଣ ଉପକୃତ ହୋଇଛନ୍ତି । ପ୍ରାକ୍ ମାଟ୍ରିକ ବୃତି ବାବଦରେ ୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମାଟ୍ରିକ ପରବର୍ତୀ ଛାତ୍ର ବୃତି ପାଇଁ ୩୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।
ମୁଦ୍ରା ଯୋଜନାରେ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ରାଜ୍ୟରେ ୪୭ ଲକ୍ଷ ୪୮ ହଜାର ଲୋକଙ୍କୁ ଗ୍ୟାସ ସିଲଣ୍ଡର ବିତରଣ କରାଯାଇଛି । ନିକଟରେ କେନ୍ଦ୍ର ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଯେଉଁ ଶତକଡା ୧୦ ଭାଗ ସଂରକ୍ଷଣ ନୀତି ଘୋଷଣା କରିଛନ୍ତି ତାହାକୁ ସଠିକ ଭାବେ ଲାଗୁ କରିବା ଉପରେ ଶ୍ରୀ ଅଠାୱାଲେ ଗୁରୁତ୍ୱାରୋପ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏପର୍ଯ୍ୟନ୍ତ ୮,୫୪,୧୭୬ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୧୫,୫୭,୫୫୮ ହିତାଧିକାରୀ ରାଜ୍ୟରେ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି । ଦଳିତମାନଙ୍କ ଉପରେ ଅତ୍ୟାଚାର ରୋକିବା ସହ ଜାତିଆଣ ଆକ୍ଷେପ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।