ତିନିରଥର ୪୨ ଗୋଟି ୧୪ ନାହାକା ମଧ୍ୟରୁ ଆଜି ସୁଦ୍ଧା ୨୦ ଟି ଚଉଦ ନାହାକା ଖମ୍ବୀ ନିର୍ମାଣ ଶେଷ ହୋଇଛି ।ଏଥି ସହ ରଥ ଚାଳିରେ ପରୀକ୍ଷା ମୂଳକ ଭାବେ ତିନିରଥର ପ୍ରଥମ ଭୂଇଁ ନିର୍ମାଣ ଶେଷ ହୋଇ ଫ୍ରେମ ସେଟିଙ୍ଗ ପରେ ନମ୍ବରିଂ କରାଯାଇଛିଏହାକୁ ଖୋଲା ଯାଇ ସାଇତା ଯିବ ଏହାପରେ ଚାରି ନାହାକାରେ ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରାଯାଇ ୧୪ ନାହାକା ସେଟ କରାଯିବ ।
(ଏହି ପ୍ରଥମ ଭୂଇଁ ୬ ଗୋଟି ଓରା ଏବଂ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଗୋଟି ପାଖୁଡା ଏବଂ ୧୬ ଟି ଛିଆନ, ପାଖୁଡାକୁ ଧରି ରଖିବାପାଇଁ ୨୪ ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ୱରେ ସଂଯୋଗ ହୋଇଅଛି । ଏଥିସହ ଭୂଇଁ ର ମଧ୍ୟଭାଗରେ ‘କନକ ମୁଣ୍ଡି’ ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଙ୍ଗ ହୋଇଅଛି ।
ଏହାପରେ ‘କନକ ମୁଣ୍ଡ’ ଏବଂ ‘କନକ ମୁଣ୍ଡି କାଣ୍ଡ’ ପ୍ରଥମ ଭୂଇଁପଡିଲା ପରେ ନିର୍ମାଣ ହୋଇ ସେଟିଙ୍ଗ ହେବ )ତାଳଧ୍ଵଜ ରଥର ପ୍ରଭା ପଛରେ ଲାଗିବା ପାଇଁ ଦୁଇଟି ଧୂଳି ଦଣ୍ଡା ଚଉପଟ ଶେଷ ହୋଇଛି |ଏହାଛଡା ପାଞ୍ଚୋଟି ଜଗତ ପୃଷ୍ଠ ଶେଣୀ ରୁ ୪ ଟିର ନିର୍ମାଣ ଶେଷ ହୋଇଛି ।ଦେବଦଳନ ରଥର ୫ଟି ଜଗତ ପୃଷ୍ଠ ଶେଣୀ ଏବଂ ୪ଗୋଟି ଧୂଳିଦଣ୍ଡାର ନିର୍ମାଣ ଶେଷ ହୋଇଅଛି ।ନନ୍ଦିଘୋଷ ରଥ ର ପଟା ଗୁଜ ମାନଙ୍କରେ ମୁଖ୍ୟ ରୂପକାର ସେବକ ଆଜି ସିଂହ ବିରାଳ, ଗଜ ବିରାଳ ରୂପ ଖୋଦେଇ ଆରମ୍ଭ କରିଛନ୍ତି । ଏହିସହ ଜଗତ ପୃଷ୍ଠ ଶେଣୀ ୫ଟି ରୁ ୪ଟି ଏବଂ ଗୋଟିଏ ଧୂଳି ଦଣ୍ଡା ର ନିର୍ମାଣ ଶେଷ ହୋଇଅଛି ।ତିନିରଥର ରୂପକାର ସେବକ ମାନେ ନାଟ ଗୋଡ଼ରେ ରାହୁ ରୂପଖୋଦେଇ ଜାରୀ ରଖିଛନ୍ତି ।