କରୋନା-୧୯ ୨ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ରାମକୃଷ୍ଣ ମିଶନ ଆଶ୍ରମ ପକ୍ଷରୁ ପୁରୀ ସହର ITI ନିକଟସ୍ଥ ତାରିଣୀ ବସ୍ତିର ୧୦୦ଜଣ ପରିବାରକୁ ରାଶନ ସାମଗ୍ରୀ ବିତରଣ କରାଯାଇଅଛି । ପ୍ରତ୍ୟେକ ପରିବାରକୁ ୫କି.ଗ୍ରା.ଉସୁନା ଚାଉଳ, ୧କି.ଗ୍ରା. ହରଡ଼ଡାଲି, ୨ କି.ଗ୍ରା. ଗହମ ଅଟା, ୨ କି.ଗ୍ରା. ବିଲାତି ଆଳୁ,୧କି.ଗ୍ରା. ପିଆଜ, ୧ ଲିଟର ସୋରିଷତେଲ, ୧କି.ଗ୍ରା.ଲୁଣ, ୩୦୦ ଗ୍ରାମ ସୋୟାବଡ଼ି,ବିସ୍କୁଟ(୩୦୦ଗ୍ରାମ ବ୍ରିଟାନିଆ ମାରୀ) ଏବଂ ୨ଟି ସାବୁନ (୧୨୫ଗ୍ରାମ ପ୍ରତ୍ୟେକ) ଆଶ୍ରମ ପରିସରରେ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇ ବଣ୍ଟନ କରାଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମ ସ୍ୱାମୀ ଆପ୍ତେଶ୍ଵରାନନ୍ଦଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ସ୍ୱାମୀ ଯୋଗପୂର୍ଣ୍ଣାନନ୍ଦଙ୍କ ସୁପରିଚାଳନା ଏବଂ ଆଶ୍ରମର ସମସ୍ତ ସନ୍ୟାସୀ, ବ୍ରହ୍ମଚାରୀ, ଆଶ୍ରମ
ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ଧନଞ୍ଜୟ ଦାସ ଏବଂ ଶ୍ରୀଯୁକ୍ତ ମଣିରାମ ବାବୁ,ସେଛାସେବୀ, ଶ୍ରୀଯୁକ୍ତ ରମେଶଚନ୍ଦ୍ର ନାୟକ, ଶ୍ରୀସୁଶାନ୍ତ କୁମାର ନାୟକ, ଯଗେଶ୍ବର ମହାନ୍ତି ଓ
ଆଶ୍ରମର ସେବକ-ବୃନ୍ଦଙ୍କ ସହଯୋଗରେ ସମାପନ ହୋଇଥିଲା ।