
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତ ସେବାୟତ ଏବଂ କର୍ମଚାରୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଛି ଯେ କୋଭିଡ କଟକଣା ମଧ୍ୟରେ ପାଳିତ ହେବାକୁ ଯାଉଥିବା ଆଗାମୀ ସ୍ନାନଯାତ୍ରା ନିମନ୍ତେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚାର ରୂପେ ଅନୁପାଳନ ନିମନ୍ତେ ତଥା ସରକାରଙ୍କ ମାର୍ଗ ଦର୍ଶିକା ପ୍ରକାରେ ୪୮ଘଣ୍ଟା ପୂର୍ବରୁ ନିଜ ନିଜର ‘ସ୍ୱାବ ଟେଷ୍ଟ’ ରେ ନେଗେଟିଭି ରିପୋର୍ଟ ନିଶ୍ଚିତ କରାଇବା ଆବଶ୍ୟକ ଥିବାରୁ ସ୍ୱାବ ଟେଷ୍ଟ ପାଇଁ ବଡଦାଣ୍ଡସ୍ଥ ଉତ୍କଳ ହିନ୍ଦୀ ବିଦ୍ୟାପୀଠ ଠାରେ ସ୍ୱାବ ଟେଷ୍ଟିଂ ସେଣ୍ଟର ଖୋଲା ଯାଇଅଛି ।ସ୍ୱାବ ଟେଷ୍ଟିଂ ତା୨୦.୬.୨୦୨୧ ରିଖ ଠାରୁ ତା ୨୨.୬.୨୦୨୧ ରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ସମସ୍ତେ ସକାଳ ଘ.୯ଟା ରୁ ଦିବା ଘ.୧ ଟା ଏବଂ ଅପରାହ୍ନ ଘ.୩ ଟା ରୁ ସନ୍ଧ୍ୟା ଘ.୬ ଟା ମଧ୍ୟରେ ନିଜ ନିଜର ସ୍ୱାବ ଟେଷ୍ଟ କରାଇ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।