
ମାଲକାନଗିରି, ଆନ୍ଧ୍ର ପ୍ରଦେଶରାଜ୍ୟ ବିଶାଖାପାଟଣା ଜିଲ୍ଲା କୋୟୁର ଜଙ୍ଘଲରେ ଗତ ୧ ୬ ତାରିଖ ଦିନ ଏସଓଜି ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା!ଏଥିରେ ୬ ଜଣ ମାଓବାଦୀ ମୃତ୍ୟୁ ବରଣ କରିଥିଲେ!ଏଥିରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଲକାନଗିରି ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ମାଓନେତା ରଣଦେବ ମୃତ୍ୟୁ ବରଣ କରିଥିଲା!ଏହି ଖବର ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ପଞ୍ଚାୟତ ସ୍ଥିତ ଟେକଗୁଡାରେ ରହୁଥିବା ତାଙ୍କ ପରିବାର ଲୋକ ଜାଣିବାପରେ ସ୍ଥାନିୟ ପ୍ରଶାସନ ର ସହଯୋଗରେ ଆନ୍ଧ୍ରକୁ ଶବ ଆଣିବାକୁ ଯାଇଥିଲେ!ଆଜି ସକାଳୁ ମାଓ ନେତା ରଣଦେବ ର ମୃତ୍ୟୁ ଦେହ ନିଜ ଗ୍ରାମରେ ପହଞ୍ଚିବା ପରେ ପରିବାର ରେ ଶୋକାକଳ ପରିବେଶ ସୃଷ୍ଟି ହୋଇଥିଲା । ପୋଲିସ ପାଈଁ ଏହା ବଡ଼ ସଫଳତା ଅଟେ!