ଗତ ୧୭ ତାରିଖ ଅପରାହ୍ନ ୪ଟା ସମୟରେ ସେ ଗୁରୁଦ୍ୱାର ରୋଡ଼ ଟୀକାକରଣ କେନ୍ଦ୍ରରେ କୋଭିଡ଼୍ ଟୀକା ନେଇଥିଲେ । ୧୮ ତାରିଖ ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଆରଜିଏଚ୍ ରେ ଭର୍ତି କରିଥିଲେ । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ କୋଭିଡ଼୍ ଟୀକା ଯୋଗୁଁ କବିତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଟୀକା ନେବା ପରେ ତାଙ୍କର ମୃତ୍ୟୁ ଘଟିଥିବାରୁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ସେଥିନେଇ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ମେଡିକାଲକୁ ପଠାଯାଇଛି । ଅପରପକ୍ଷେ ଆରଜିଏଚରୁ ଡେଥ୍ ମେମୋ ପାଇବା ପରେ ପ୍ଲାଂଟ ସାଇଟ୍ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।
Related Stories
November 22, 2024