

Related Stories
October 15, 2025
ମାଲକାନଗିରି,ମାଲକାନଗିରି ସଦର ମହକୁମା ତଳସାହି ଶିବ ମନ୍ଦିର ନିକଟରେ ରହୁଥିବା ପି, ଚେ ଣ୍ଟି ଙ୍କ ୨ ଟି ମୋଟର ସାଇକେଲକୁ ଗତକାଲି ବିଳମ୍ବିତ ରାତ୍ରରେ ଦୃବୃତ୍ତ ମାନେ ଚୋରି କରିନେଇ ଯାଇଥିବାବେଳେ ଅନ୍ୟ ଜଣକର ମୋଟର ସାଇକେଲ କୁ ଚୋରି କରିନେବାରେ ବିଫଳ ହୋଇ ଅଧାବାଟରେ ଛାଡି ଦେଇ ଚାଲିଯାଇଥିବା ଜଣାପଡିଛି!ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତ୍ର ୧ ଘଣ୍ଟା ୩0ମିନିଟ ସମୟରେ ୩ ଜଣ ଦୃବୃତ୍ତ ପି, ଚେଣ୍ଟି ଙ୍କ ଘର ବାଉଣ୍ଡରି ଭିତରେ ପସି ବାହାରେ ରହିଥିବା ଦୁଇଟି ଗାଡିକୁ ଗଡ଼ାଇ ଗଡ଼ାଇ ବାହାରକୁ ଆଣିବା ପରେ ୨ ଚଲାଇ ନେଇଯାଇଥିଲେ!ସେହିପରି ଅନ୍ୟ ଜଣେ ଦୃବୃତ୍ତ ନିକଟରେ ଥିବା ଅନ୍ୟ ଜଣଙ୍କ ଗାଡିକୁ ଚୋରି କରି ନେବାକୁ ଚେଷ୍ଟା କରି ଘରରୁ କାଢି ଆଣି କିଛି ବାଟ ଠେଲିଠେଲି ନେବାପରେ ବାଟରେ ଛାଡି ପଳାଇଥିଲା!ଆଜି ସକାଳୁ ଉଭୟ ଗାଡି ମାଲିକ ଉଠି ଘରେ ଗାଡି ନ ଥିବା ଦେଖିବାକୁ ପାଇଥିଲେ!ପରେ ସିସି ଟିଭି ଯାଞ୍ଚ କରିବାରୁ ଗାଡି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ!ଏ ସମ୍ପର୍କରେ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୋଲିସ ସିସି ଟିଭି ଫୁଟେଜ ଆଧାରରେ ଦୃବୃତ୍ତ ଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି!