
ଭୁବନେଶ୍ୱର – ଭୁବନେଶ୍ୱରର ଏକ ତାରକା ହୋଟେଲରେ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୂର୍ବାଂଚଳ ଶ୍ରମ ସମ୍ମିଳନୀ ଅନୁÂିତ ହେବାବେଳେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ୍ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚଏମ୍ଏସ, ସିଆଇଟିୟୁ, ଏଆଇସିସିଟିୟୁ ଓ ଏଆଇୟୁଟିୟୁସି ପକ୍ଷରୁ ମିଳିତଭାବରେ ଏହାକୁ ବିରୋଧ କରି ଏବଂ ଶ୍ରମ କୋଡ୍ କୁ ବାତିଲ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
କେନ୍ଦ୍ର ସରକାର ‘ଦି ଆକୁ୍ୟପେସନାଲ ସେଫ୍ଟି ସିକୁ୍ୟରିଟି ଆଣ୍ଡ ଅରଗାନାଇଜେସନାଲ ବିଲ୍ -୨୦୧୯’, ଯାହା ସଂସଦରେ ଉପସ୍ଥାପିତ ହୋଇ ଷ୍ଟାଣ୍ଡିଂ କମିଟିକୁ ଯାଇଛି, ତାକୁ ଗୃହୀତ କରାଇନେଇ ରାଜ୍ୟମାନଙ୍କରେ ଲାଗୁ କରିବା ପାଇଁ ଭୁବନେଶ୍ୱରଠାରେ ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବମାନଙ୍କର ଏହି ପୂର୍ବାଂଚଳ ସମ୍ମିଳନୀ ଆୟୋଜନ କରିଛନ୍ତି । ଶ୍ରମ ନୀତିର ସଂଶୋଧନ ପାଇଁ ଆଂଚଳିକ ଶ୍ରମ ସମ୍ମିଳନୀ ଜରିଆରେ ଶ୍ରମ କୋଡ୍କୁ ଲାଗୁ କରୁଛନ୍ତି । ରାଜ୍ୟ ସରକାରମାନେ କେନ୍ଦ୍ରର ନୀତିକୁ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ୪୪ଗୋଟି ଶ୍ରମ ଆଇନକୁ ୪ଗୋଟି ଶ୍ରମ କୋଡ଼୍ କରି ଶ୍ରମିକମାନଙ୍କର ଅଧିକାରର ସୁରକ୍ଷା, ସର୍ବନିମ୍ନ ମଜୁରୀ, ନିରାପତା ଓ ସାମାଜିକ ସୁରକ୍ଷା ଇତ୍ୟାଦିକୁ ଫିଙ୍ଗିଦେଇ କର୍ପୋରେଟ୍ ସ୍ୱାର୍ଥରେ ଏହା କରାଯାଉଛି । ଏହାକୁ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ୱାଧୀନ ଫେଡେ଼ରେସନମାନେ ଲଗାତରଭାବେ ବିରୋଧ କରୁଛନ୍ତି ବୋଲି ସେମାନଙ୍କ ପକ୍ଷରୁ କୁହାଯାଇଛି ।
ଏହି ବିକ୍ଷୋଭ ସମାବେଶରେ କିଶୋର ଜେନା, ଡକ୍ଟର ସୌରୀବଂଧୁ କର, ବିଷ୍ଣୁ ଚରଣ ମହାନ୍ତି, ଜୟସେନ ମେହେର, ମହେନ୍ଦ୍ର ପରିଡ଼ା,ବ୍ରଜବନ୍ଧୁ ପ୍ରଧାନ ଓ ନବକିଶୋର ମହାନ୍ତି ପ୍ରମୁଖ ନେତୃମଣ୍ଡଳୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା ଏବଂ ସେମାନେ ଶ୍ରମ କୋଡ଼୍କୁ ବାତିଲ କରିବାକୁ ଦାବି କରିଥିଲେ । କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଆସନ୍ତା ଜାନୁୟାରୀ ୮ ତାରିଖରେ ଦେଶବ୍ୟାପି ଦିଆଯାଇଥିବା ଧର୍ମଘଟ ଡାକରାକୁ ସଫଳ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ ।