ଭୁବନେଶ୍ୱର, ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ସମଗ୍ର ଦେଶରେ ସେବାର ଦିବସ ରୂପେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଓ ବିଧାନସଭା ସ୍ତରରେ ରାସନ ସାମଗ୍ରୀ ବଂଟନ, ମେଡିକାଲରେ ଫଳ ବଂଟନ, ରନ୍ଧା ଖାଦ୍ୟ ବଂଟନ ଓ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଗରିବ ଅସହାୟ ପରିବାର ମାନଙ୍କୁ ଏକ ମାସର ରାସନ ସାମଗ୍ରୀ ବଂଟନ କରାଯାଇଛି । ଆଜି ପାଖାପାଖି ୫୦୦ ପ୍ୟାକେଟ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବଂଟନ କରାଯାଇଛି ।
ସେହିପରି ଛାତ୍ର କଂଗ୍ରେସ ପକ୍ଷରୁ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିବସ ପାଳନ କରାଯାଇଥିଲା । ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କଟକ ସ୍ଥିତ ଉର୍ମିଳା ନର୍ସିଂହୋମରେ ମାଗଣା କୋଭିଡ ଟୀକା ପ୍ରଦାନ କରାଯାଇଥିଲା । ଏହା ପରେ ଡାକ୍ତରଖାନାରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଂଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ରଞ୍ଜିତ ପାତ୍ର, ସ୍ୱାଗତ କର, ସଂକୁନା କହଁର, କୃଷ୍ଣଚନ୍ଦ୍ର ମହାନ୍ତି, ବିଶ୍ୱରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।