
ଭୁବନେଶ୍ୱର, ବରିଷ୍ଠ ଆଇପିଏସ ଅଫିସର ତଥା ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗରେ ଓଡିଶା ସୂଚନା ସେବା ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ଡଃ. ପାଣିଗ୍ରାହୀଙ୍କର କର୍ତବ୍ୟନିଷ୍ଠା, ସୁଲେଖକ ଭାବରେ ତାଙ୍କର ଲୋକପ୍ରିୟତା, ଉଭୟ ପ୍ରାଶାସନିକ ଓ ସାରସ୍ୱତ ଜଗତକୁ ପ୍ରେରଣା ଯୋଗାଉଥିଲା । ତାଙ୍କର ବିୟୋଗ ସବୁ ମହଲରେ ଦୁଃଖ ସଂଚାର କରିଛି ବୋଲି ସଂଘର କର୍ମକର୍ତା ଓ ସଦସ୍ୟସଦସ୍ୟାମାନେ ପ୍ରକାଶ କରିବା ସହ ସ୍ୱର୍ଗତ ଅମରାତ୍ମାର ସଦଗତି କାମନା କରିଛନ୍ତି । ଏହି ଦୁଃଖଦ ସମୟରେ ଈଶ୍ୱର ତାଙ୍କର ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ସୂଚନା ସେବା ସଂଘ ତରଫରୁ କାମନା କରାଯାଇଛି ।