ଓଡ଼ିଶା ଶାଖାର ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ପ୍ରାରମ୍ଭିକ ପରିଚୟ ଦେଇଥିବାବେଳେ ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର ସଂଚାଳନା ଦାୟିତ୍ୱ ନିର୍ବାହ କରିଥିଲେ । ଫାଉଣ୍ଡେସନ୍ ର ମ୍ୟାନେଜିଂ ଟ୍ରଷ୍ଟି ତଥା ବ୍ୟାସକବିଙ୍କ ଅଣନାତୁଣୀ ମନିକା ଦାସ ଫାଉଣ୍ଡେସନ୍ର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଗୋପବନ୍ଧୁ ଚେୟାର, କିସ୍ ବିଶ୍ୱବିଦ୍ୟାଳୟ ପ୍ରଫେସର ଡ. ବିଜୟାନନ୍ଦ ସିଂହ ତାଙ୍କ ବକ୍ତବ୍ୟରେ କବିତା ଆବୃତିକୁ ଏକ ଅନନ୍ୟ କଳା ଭାବେ ଅଭିହିତ କରି ସେ ସମ୍ବନ୍ଧରେ ନିଜର ମତ ରଖିଥିଲେ । ବିଶିଷ୍ଟ କବି ରକ୍ଷକ ନାୟକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସୁନ୍ଦର ଆବୃତି ମାଧ୍ୟମରେ ସାଧାରଣ କବିତା ମଧ୍ୟରେ ଅସାଧାରଣର ସନ୍ଧାନ କରାଯାଇପାରେ ।
ସିଙ୍ଗୁର ସରକାରୀ ମହାବିଦ୍ୟାଳୟ, କୋଲକାତାର ଡ. ମୁନ୍ମୁନ୍ ଘୋଷ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉଭୟ ପୂର୍ବବଙ୍ଗ ଏବଂ ପଶ୍ଚିମବଙ୍ଗର ବିଶିଷ୍ଟ କବି ତଥା ଆବୃତି ଶିଳ୍ପୀ ରାମଚନ୍ଦ୍ର ପାଲ ପ୍ରଶିକ୍ଷକ ବିଶେଷଜ୍ଞ ଭାବେ ଯୋଗଦେଇ ଉଭୟ ଓଡ଼ିଆ ଏବଂ ବଙ୍ଗଳା କବିତା ଆବୃତି କ୍ଷେତ୍ରରେ ଶିକ୍ଷାର୍ଥୀମାନେ କିଭଳି ପାରଙ୍ଗମତା ଅର୍ଜନ କରିପାରିବେ, ସେ ବିଷୟରେ ସୂଚନା ଦେଇଥିଲେ । କବିତା ଆବୃତିର ନମୁନା ଭାବରେ ସେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ କବିତା ଆବୃତି କରିଥିଲେ ।
ନିରୁପମା ପ୍ରଧାନ, ବିଶ୍ୱରଂଜନ ମହାନ୍ତି, ବୈଶାଖୀ ପ୍ରିୟଦର୍ଶନୀ ସାହୁ ଏବଂ ଯଶସ୍ୱିନୀ ସାହୁ ଫିଡ୍ବ୍ୟାକ୍ ଗ୍ରୁପ୍ ରେ ସଦସ୍ୟ ଥିଲେ । ନିରୁପମା ପ୍ରଧାନ ଅନ୍ତିମ ନିଷ୍କର୍ଷ ଉପସ୍ଥାପନ କରିଥିବାବେଳେ କାନାଡ଼ାରୁ ସୁନନ୍ଦା ପଣ୍ଡା, ଆମେରିକାରୁ ପ୍ରଭାତ ନଳିନୀ ପଟ୍ଟନାୟକ, ଦିଲ୍ଲୀରୁ ଡ. ଅନୀତା ପଣ୍ଡା, ଆଇଆଇଟି ଖଡ଼ଗପୁରରୁ ପ୍ରଦୀପ ଚକ୍ରବର୍ତୀ, ସୁଦୀପ୍ତ, ଗୋପୀନାଥ ବାଗ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ ।