
ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୋପ ବ୍ଲକ ଅନ୍ତର୍ଗତ ନାଲିହଣା ଗ୍ରାମର ଠାରେ ଏକ କୂପ ଖନନ କରାଯାଇଛି। ଏହି ଗ୍ରାମରେ ପ୍ରାୟତଃ ନବେ(୯୦) ପରିବାର ବସବାସ କରନ୍ତି। ଏହି ପରିବାର ମାନେ ବହୁତ ଅଭାବ ଅସୁବିଧାରେ ଚଳନ୍ତି। ଜଳକଷ୍ଟ ତାଙ୍କ ଅସୁବିଧାକୁ ଆହୁରି ଦ୍ବି-ଗୁଣିତ ହେଉଥିଲା । ଗ୍ରାମରେ ଦୁଇଟି କୂପ ଥିଲେବି ସେଥିରେ ଥିବା ଜଳ ଯଥେଷ୍ଟ ହେଉନଥିଲା । ଖରାଦିନେ କୂପର ଜଳ ଶୁଖିଯିବା ଦ୍ବାରା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜୀବନବାବା ଅନୁଭବ କଲେ ଏହିସବୁ ପରିବାର ପାଇଁ ଗୋଟିଏ ଗଭିର କୂପ ନିହାତି ଆବଶ୍ୟକ। ସେଥିପାଇଁ “ସାହା ଚାରିଟେବୁଲ ଟ୍ରଷ୍ଟ” ପକ୍ଷରୁ ଏହି ଗ୍ରାମରେ ଗୋଟିଏ କୂପ ଖନନ କରାଯାଇଛି।ଏହି କାର୍ଯ୍ୟପାଇଁ ଆର୍ଥିକ ସହାୟତା କରିଛନ୍ତି ଭୁବନେଶ୍ୱରର ଦୁଇ ଜଣ ଶୁଭଚିନ୍ତକ ଏବଂ ଆଶିଷ ମହାନ୍ତି, ଡଃ ସୁନିଲ ତରାଇ, ପଙ୍କଜିନୀ ଜେନା ଏବଂ ସନ୍ତୋଷ କୁମାର ପଟ୍ଟନାୟକ ଏହି କାର୍ଯ୍ୟପାଇଁ ଆର୍ଥିକ ସହାୟତା କରିଛନ୍ତି |
ଡଃ ସୁନିଲ ତରାଇଙ୍କ କରକମଳରେ ନଡ଼ିଆ ବାଡେଇ ଏହି କୂପର ଶୁଭଉଦ୍ଘାଟନ କରାଯାଇଛି। ଏହି ଉତ୍ସବରେ ଉପସ୍ଥିତ ଥିଲେ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା, ସଭାପତି- ଲକ୍ଷ୍ମୀଧର ପାଣି, ମୂରଲୀଧର ରାଉଳ, ତପନ ଭୋଇ, ଗୋବିନ୍ଦ ଭୋଇ, ଗଗନ ଭୋଇ, ଶ୍ୟାମ ଭୋଇ, ଭାଷ୍କର ଭୋଇ, ଗନ୍ଧର୍ବ ଭୋଇ, ନିରଞ୍ଜନ ଭୋଇ, ଗଗନ ଭୋଇ, ବିଶ୍ବନାଥ ଭୋଇ, ନବଘନ ଭୋଇ ଏବଂ ବ୍ଲକ୍ ମେମ୍ବର-ଅର୍ଜୁନ ଭୋଇ ପ୍ରମୁଖ। ଏହି କୂପର ଜଳ ଦ୍ବାରା ନାଲିହଣା ଗ୍ରାମର ଲୋକମାନଙ୍କର ଜଳକଷ୍ଟ ଦୂର ହୋଇପାରିବ ବୋଲି କହିଛନ୍ତି ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।