
ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ ଏବଂ ନିର୍ଦ୍ଦେଶରେ ଉପଖଣ୍ଡ ସ୍ତରୀୟ ପ୍ରଶାସନ ଏବଂ ମାପ ଓଜନ ବିଭାଗ ତରଫରୁ ମଙ୍ଗଳବାର କନିଷି ତହସିଲ ଅଞ୍ଚଳର ଡୁରା, କରପଲ୍ଲି,ନାରାୟଣପୁର ଓ ଗୋଳାବନ୍ଧରେ ଥିବା ବ୍ୟବସାୟର ପ୍ରତିଷ୍ଠାନରେ ବ୍ୟବହାର ହେଉଥିବା ମାପ ଓ ଓଜନ ଗୁଡ଼ିକ ଯାଞ୍ଚ କରାଯାଇ ଦେଖାଯାଇଥିଲା l ୪ ଜଣ ବ୍ୟବସାୟୀ ନବୀକରଣ ନକରି ଓଜନ ବ୍ୟବହାର କରୁଥିବା ଏବଂ ୩ ଜଣ ବ୍ୟବସାୟୀ ଓଜନ ସାଟିଫିକଟ ବ୍ୟବସାୟ ପ୍ରତିଷ୍ଠାନରେ ଝୁଲାଇ ରଖିନଥିଲେ l ମାପ ଓଜନ ନିୟମ ଖିଲାପ କରିଥିବା ସେମାନଙ୍କ ଠାରୁ ୨୫୦୦୦ ଜୋରିମାନା ଆଦାୟ କରାଯାଇଛି l ଏହି ଚଢ଼ାଉରେ ଭାରପ୍ରାପ୍ତ ତହସିଲଦାର ଅନିତା ସାହୁ ସହକାରୀ ନିୟନ୍ତ୍ରକ ବିନୟ କୁମାର ଦାସ ଏବଂ ନୀରିକ୍ଷକ ସାଗରିକ ସାବତ ଅଂଶ ଗ୍ରହଣ କରିଥିଲେ l ସେହିପରି ସୋମବାର ବ୍ରହ୍ମପୁର ମହାନଗର ନିଗମରେ ଚଢ଼ାଉ କରାଯାଇ ପ୍ରସ୍ତୁତକର୍ତ୍ତାଙ୍କ ଠାରୁ ୩୦୦୦୦ ଜୋରିମାନା ଆଦାୟ କରାଯାଇଥିଲା l ଗୋଟିଏ ଫଳ ବ୍ୟବସାୟୀଙ୍କୁ ଯଥାକ୍ରମେ ୧୨୦୦୦ ଏବଂ ୫୦୦୦ ନୋଟିସ୍ କରାଯାଇଛି l ସୋମବାର ଚଢ଼ାଉରେ ୫ ଟି ଟିମ୍ ମଧ୍ୟ ଅଂଶ ଗ୍ରହଣ କରିଥିଲେ l ରିପୋର୍ଟ ପ୍ରଫୁଲ ସାବତ