-
୪ ଥର ହେବ RT PCR ଟେଷ୍ଟ,
କରୋନା କଟକଣା ପାଳନ କରି ରଥଯାତ୍ରା କିଭଳି ହେବ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ |ବୈଠକରେ ନିଷ୍ପତ୍ତି ଅନୁସାରେ ଚଳିତ ରଥଯାତ୍ରା ୪୮ ଘଣ୍ଟା ପୂର୍ବରୁ ସେବାୟତ, ପୋଲିସ ଓ ସମ୍ପୃକ୍ତ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ RT PCR ଟେଷ୍ଟିଙ୍ଗ କରାଯିବ |ସେହିପରି ସ୍ନାନଯାତ୍ରା ପୂର୍ବରୁ, ବାହୁଡ଼ାଯାତ୍ରା ପୂର୍ବରୁ ଓ ନୀଳାଦ୍ରି ବିଜେ ୧୫ ଦିନ ପରେ ଟେଷ୍ଟିଙ୍ଗ କରାଯିବ |ରଥଯାତ୍ରାରେ ସାମିଲ ସେବାୟତ, ପୋଲିସ ଓ ସମ୍ପୃକ୍ତ ଶ୍ରୀମନ୍ଦିର କର୍ମଚାରୀ ମାନଙ୍କ ଟିକାକରଣ କୁ ପ୍ରାଥମିକତା ଦିଆଯାଇଛି |
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୋଡାଲ ଅଫିସର ରହିବେ ଏବଂ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ତରଫରୁ ପ୍ରତିଦିନ ସହଯୋଗ କରିବେ |ରଥଯାତ୍ରା ନୀତି ଓ ରଥ ଟଣାରେ ନିୟୋଜିତ ସମସ୍ତ ସେବାୟତ ମାନଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱତନ୍ତ୍ର ମେଡିକାଲ କ୍ୟାମ୍ପର ବ୍ୟବସ୍ଥା କରିବେ |ସେବାୟତ ମାନଙ୍କୁ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଆବଶ୍ୟକ ମୁତାବକ ମାସ୍କ ବଣ୍ଟନ କରାଯିବ |ସେବାୟତ ଓ ପରିବାର ସଦସ୍ୟଙ୍କୁ ହ୍ୟାଣ୍ଡ ସାନିଟାଈଜ଼ର ପ୍ରଦାନ କରାଯିବ |ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଜାରି କରାଯାଇଥିବା ସମସ୍ତ କରୋନା ନିୟମ ପାଳନ ଓ କଣ କରିବାକୁ ହେବ ଓ କଣ କରାଯିବ ନାହିଁ ଏହାର ସମସ୍ତ ବିବରଣୀ ସହିତ ଏକ ବୁକଲେଟ ପ୍ରଦାନ କରାଯିବ |