ଭୁବନେଶ୍ୱର, ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସ୍ନାତକ ଓ ସ୍ନାତକତୋର ( ୟୁଜି ଓ ପିଜି)ର ଫାଇନାଲ ସେମିଷ୍ଟର ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପରୀକ୍ଷା ଜୁଲାଇ- ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ ।ସଂପୃକ୍ତ ବିଶ୍ୱବିଦ୍ୟାଳୟ ଓ ଅଟନମୋସ ମହାବିଦ୍ୟାଳୟ ଗୁଡିକୁ ପରୀକ୍ଷା ତାରିଖ ସ୍ଥିର କରିବାକୁ କୁହା ଯାଇଥିବା ସେ ପ୍ରକାଶ କରିଛନ୍ତିା ସେ କହିଛନ୍ତି ଯେ ଅନଲାଇନରେ ପରୀକ୍ଷା କରାଇବା ନିଷ୍ପତି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କର ବୈଠକରେ ମିଳିଥିବା ପରାମର୍ଶ ଆଧାରରେ ନିଆ ଯାଇଛି । ସେ କହିଛନ୍ତି ଯେ ଅନ୍ୟ ସେମିଷ୍ଟାର ପରୀକ୍ଷା ଆୟୋଜନ ସମ୍ପର୍କରେ ପରବର୍ତୀ ସମୟରେ ନିଆ ଯିବ । ଯଦି କୌଣସି ପରୀକ୍ଷାର୍ଥୀଙ୍କର ବ୍ୟାକ ପେପର ଥିବ ତେବେ ସେମାନଙ୍କର ପରୀକ୍ଷା ମଧ୍ୟ ଜୁଲାଇ – ଅଗଷ୍ଟ ସୁଦ୍ଧା ଶେଷ ହେବ । ଯେଉଁ ମାନଙ୍କ ପାଖରେ ଇଂଟରନେଟ ସୁବିଧା ରହିଛି ସେମାନେ ଘରେ ପରୀକ୍ଷା ଦେଇ ପାରିବେ ତଥା ଯେଉଁ ମାନଙ୍କ ପାଖରେ ଏହି ସୁବିଧା ନାହିଁ ସେମାନେ ନିକଟବର୍ତୀ ଡିଗ୍ରୀ କଲେଜରେ ପରୀକ୍ଷା ଦେଇ ପାରିବେ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧିକାରୀ ମାନେ କିପରି ଭାବେ ଅନଲାଇନ ପରୀକ୍ଷା ହେବ ସେ ନେଇ ନିଷ୍ପତି ଗ୍ରହଣ କରିବେ