-
ତିନି ରଥର ୨୧ ଗୋଟି’ଯୋଖା’ ଫିଟିଙ୍ଗ କରାଯାଇଛି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ସମୁଖ ଏବଂ ପଛ ଭାଗରେ ଗୋଟିଏ ଗୋଟିଏ ଛନ୍ଦା ଗୟଳ ପଡିଥିଲାବେଳେ ଦେବଦଳନ ରଥର ଆଗ ଏବଂ ପଛ ପାର୍ଶ୍ୱ ରେ ଦୁଇଟି
ଲେଖାଁଏ ଛନ୍ଦା ଗୟଳ ପଡିଥିଲା ।
ଆଜି ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥରେ ଆଉ ଦୁଇଟି ଲେଖାଁଏ ଛନ୍ଦା ଗୟଳ ପଡ଼ିଅଛି ।ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୧୨ ଟି ଲେଖାଁଏ ଗୟଳ ଦେବଦଳନ ରଥ ର ୮ଟି ଗୟଳ ଫିଟିଙ୍ଗ ସମ୍ପୁର୍ଣ୍ଣ ହୋଇଅଛି। ଏଥିସହ ଆଜି ତିନି ରଥର ୨୧ ଗୋଟି’ଯୋଖା’ ଫିଟିଙ୍ଗ କରାଯାଇଛି | ତାଳଧ୍ଵଜ ରଥର ୮ଟି,ଦେବଦଳନ ରଥର ୧୦ ଟି ଏବଂ ନନ୍ଦିଘୋଷ ରଥର ୩ଗୋଟି ଯୋଖା ଫିଟିଙ୍ଗ ଫିଟିଙ୍ଗ ହୋଇଅଛି ।
(ଏହି ଯୋଖା ଗୁଡିକ ରଥର ଚତୁରପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ ପୂର୍ବରୁ ରଥର ଅଖ,କୁଡୁକା ଏବଂ ଗୟଳକୁ ବାନ୍ଧି ରଖିବାପାଇଁ ଯୋଖା ଗୁଡିକରେ ମାପ ପ୍ରକାରେ କାପ ଏବଂ କଣ୍ଟା ବିନ୍ଧ କରି ସେଟିଙ୍ଗ କରାଯାଇଛି।)
ଆଜି ତାଳଧ୍ଵଜ ରଥର ପଞ୍ଚ ଦଣ୍ଡା କୋଣ ମାନଙ୍କରେ ସେଟିଙ୍ଗ ହୋଇଥିବା ‘ଅସୁଆରି’ ବା ‘ପଟାଗୁଜ ରେ ତାଳଧ୍ଵଜ ରଥର ରୂପକାର ସେବକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ସିଂହ ବିରାଳ,ଗଜ ବିରାଳ ରୂପଖୋଦେଇ ଅନୁକୂଳ ଆରମ୍ଭ ପୂର୍ବକ
ଦୁଇଟି ସିଂହ ବିରାଳ ଏବଂ ଗୋଟିଏ ଗଜ ବିରାଳ ଖୋଦେଇ ସମ୍ପୁର୍ଣ୍ଣ କରିବା ସହ ଆଉ ଏକ ସିଂହ ବିରାଳର ରୂପ ଖୋଦେଇ ଅଙ୍କନ କରିଛନ୍ତି ।
ତିନିରଥର ପ୍ରଥମ ଭୂଇଁ ପାଇଁ ଓ ଦ୍ଵିତୀୟ ଭୂଇଁ ପାଇଁ ୪/୪ ଟି ଲେଖାଁଏ ଓରା ଚଉପଟ ଶେଷ ହୋଇଛି।
ତିନିରଥର ତୃତୀୟ ଭୂଇଁ ବା ଶେଷ ଭୂଇଁ ର ‘ପୋଟଳ ଫ୍ରେମ’ ପାଇଁ ୬ଟି ଲେଖାଁଏ ‘ପୋଟଳ ଓରା’,୧୨ ଟି ଲେଖାଁଏ ପୋଟଳ ଖମ୍ବୀ, ୬ ଗୋଟି ପୋଟଳ ପାରେଣି, ଚଉପଟ ସହ
ସାଲ ହୋଇ ବିନ୍ଧ ସରିଅଛି ।
ଏଥି ସହ ତିନି ରଥ ଠାକୁରଙ୍କ ଆସ୍ଥାନ ପାଇଁ ‘ଜଗତ ପୃଷ୍ଠ ଶେଣୀ’ ଏବଂ ଧୂଳି ଦଣ୍ଡା କାଠ ରଥ ଅମିନ ଯୋଗାଇଛନ୍ତି ସେଗୁଡିକର ଚଉପଟ କାର୍ଯ୍ୟ ଆରମ୍ଭ ହେବ ।
ତିନିରଥର ରୂପକାର ସେବକ ମାନେ ରଥ ଦୁଆର ବେଢା ପାଇଁ ନାତଗୋଡ ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି ।
ଦୋଳବେଦୀ ସ୍ଥ ଅସ୍ଥାୟୀ କମାରଶାଳ ରେ ତିନିରଥର ଓଝା ସେବକ ମାନେ ତିନିରଥ ‘ ପୋଟଳ’ ପାଇଁ ଗୋଡି ଛାଲ କଣ୍ଟା ଓ ବାଗିଆ କଣ୍ଟା ନିର୍ମାଣ କରୁଛନ୍ତି ।