
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଜି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ଇଞ୍ଜିନୟର ପ୍ରତିନିଧି ଓ ଶ୍ରୀମନ୍ଦିର ସମସ୍ତ ନିଯୋଗର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା |ଜଣେ ଭକ୍ତ ଦେଇଥିବା ଦାନ ରୂପାରେ ଶ୍ରୀମନ୍ଦିର ଦ୍ୱାର ଗୁଡିକୁ ରୂପାରେ ନିର୍ମାଣ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିରର ୫ ଟି ଦ୍ୱାର ଓ ପାର୍ଶ୍ଵ ମନ୍ଦିର ୩ ଟି ଆଦି ନୃସିଂହ-୧ , ମା ବିମଳା-୧ ଓ ମା ମହାଲକ୍ଷ୍ମୀ-୧ ମିଶାଇ ସମୁଦାୟ ୮ ଟି ଦ୍ୱାର ରୂପରେ ତିଆରି କରାଯିବା ପାଇଁ ବୈଠକରେ ନିଷ୍ପତ୍ତି କରାଯାଇଛି |ଏହି ନିର୍ମାଣ କାର୍ଯ୍ୟରେ ୨ ଟନ ରୂପା ବ୍ୟବହାର କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର କହିଛନ୍ତି |ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ଏଥି ସହିତ ଦ୍ୱାର ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ମଧ୍ୟ ପହଞ୍ଚି ସାରିଛି |ଏହି ନିର୍ମାଣ ପାଇଁ ଦୁଇଟି କମିଟି ଗଠନ କରାଯିବ ସେଥିମଧ୍ୟରୁ ଗୋଟିଏ କମିଟି ଇଞ୍ଜିନୟର, ଟେକନିସିଆନ ଏବଂ asi ଅଧିକାରୀଙ୍କୁ ନେଇ ଗଠନ କରାଯିବ |ଦ୍ଵିତୀୟ କମିଟି ଟିମ ସେବାୟତ ମାନଙ୍କୁ ନେଇ ଗଠନ କରାଯିବ ଯେଉଁମାନେ ନିର୍ମାଣ କାର୍ଯ୍ୟର ତଦାରଖ କରିବେ |ଏହି ଦ୍ୱାରର ଡିଜାଇନ ପାଇଁ କମିଟି ମେମ୍ବର ମାନେ ରଘୁରାଜପୁର ଯାଇ ଡିଜାଇନ ନିଷ୍ପତ୍ତି କରି ଆସିଛନ୍ତି |