-
ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶୃଙ୍ଖଳିତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଦଇତାପତି
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସ୍ନାନଯାତ୍ରା ପୂର୍ବରୁ ଦଇତାପତି ସେବାୟତଙ୍କୁ ଦିଆଯିବ ବକେୟା ପାଉଣା । ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପାଦନ ପାଇଁ ଦଇତାପତିଙ୍କ ସହଯୋଗ ଲୋଡ଼ିଛି ମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ
କୁମାର ସେଥିରେ ଅଧ୍ୟକ୍ଷତା କରିଥିଲେ ।
ସ୍ନାନପୂର୍ଣ୍ଣିମା ଦିନ ରାତି ୧ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ କରି ଭୋର ୪ଟା ସୁଦ୍ଧା ଶେଷ କରିବାକୁ ବୈଠକରେ ସ୍ଥିର କରାଯାଇଛି । ସେହିଭଳି ଅପରାହ୍ନ ୫ଟାରେ ମହାପ୍ରଭୁଙ୍କ ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣିମା ଠାରୁ ଚଳିତବର୍ଷ ଶ୍ରୀଜୀଉଙ୍କ ଅଣସର ନୀତି ଆରମ୍ଭ କରାଯିବ ।ସେବାୟତଙ୍କ ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତ କରିଥିବା ନୀତିନିର୍ଘଣ୍ଟ ପାଳନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଦଇତାପତି ।
ଗତବର୍ଷ ଠାରୁ ବାକିଥିବା ଦଇତାପତିଙ୍କ ପାଉଣା ପ୍ରଦାନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ପ୍ରଶାସକ (ନୀତି)ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ (ଭନ୍ନୟନ)ଅଜୟ କୁମାର ଜେନା, ନାତି ଅଧିକାରୀ ରବୀନ୍ଦ୍ର କୁମାର ଦାଶଙ୍କ ସମେତ ଦଇତାପତି ନିଯୋଗ କର୍ମକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ ।