
-
ଏୟାରପୋର୍ଟ ଅଥରିଟି ର ତିନିଜଣିଆ ଟିମର ସ୍ଥାନ ସର୍ଭେ
-
ଏୟାରପୋର୍ଟ ହେଲେ ପୁରୀର ପର୍ଯ୍ୟଟନ ବିକାଶ ଓ ଆର୍ଥିକ ବିକାଶ ହେବ-ଜିଲ୍ଲାପାଳ ଶ୍ରୀ ବର୍ମା,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏୟାରପୋର୍ଟ ଅଥରିଟି ର ଅଧିକାରୀ ମାନେ ପୁରୀରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବା ପାଇଁ ପୁରୀ ଆସିଛନ୍ତି। ସେମାନେ ଆଜି ପୁରୀ କୋଣାର୍କ ବେଳାଭୂମି ମାର୍ଗ ଓ ସିପସରୁବାଲି ଅଂଚଳ ପରିଦର୍ଶନ କରିଛନ୍ତି।ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ତରଫରୁ ତିନିଜଣିଆ ଟିମ ସ୍ଥାନ ସର୍ଭେ ପାଇଁ ଓଡିଶା ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିବେଦନ ସଫଳ ହେବାକୁ ଯାଉଛି |ଆମର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ନିବେଦନ ଲିଖିତରେ କରିଥିଲେ ସେଥିପାଇଁ ଆଜି ଟିମ ଓଡିଶା ଆସିଛି | ଆଜି ସନ୍ଧ୍ୟାରେ ବୈଠକ ହେବାକୁ ଯାଉଛି ଏହି ବୈଠକରେ ସର୍ଭେ କରାଯାଇଥିବା ସିପସରୁବାଲି ଓ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରେ ଯେଉଁ ଜମି ସର୍ଭେ କରାଯାଇଛି ଏହାର ନିଷ୍ପତ୍ତି ନିଆଯିବ |
ଜିଲ୍ଲାପାଳ କହିଛନ୍ତି ଯଦି ଏୟାରପୋର୍ଟ ହୁଏ ତେବେ ପୁରୀର ପର୍ଯ୍ୟଟନ ବିକାଶ ସହିତ ଆର୍ଥିକ ବିକାଶ ହେବ ଏଥିରେ କୌଣସି ସନ୍ଦେହ ନାହିଁ ଏବଂ ବହୁତ ଜଲଦି ଦେଶର ବିଭିନ୍ନ ସ୍ଥାନ ସହିତ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମଧ୍ୟ ସଂଯୋଗ ହୋଇପାରିବ |