କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଉତ୍ତରପ୍ରଦେଶର ଗୋରଖପୁର ଥାନା ଅଞ୍ଚଳରୁ ନିଖୋଜ ମୂକବଧିର ଯୁବକଙ୍କୁ ବୀରପୁରୁଷୋତ୍ତମପୁର ରେଳଷ୍ଟେସନରୁ ଉଦ୍ଧାର କରିଛି ରେଳ ସୁରକ୍ଷା ବଳ । ତାଙ୍କ ପରିବାର ପୁରୀରେ
ପହଞ୍ଚି ଯୁବକଙ୍କୁ ସାଥୀରେ ଘରକୁ ନେଇଛନ୍ତି । ୧୫ତାରିଖ ରାତିରେ ଆରପିଏଫ୍ ଏଏସ୍ଆଇ ଏନ.କେ ସାହୁ ଏବଂ ଜିତେନ୍ଦ୍ର ପ୍ରସାଦ ଡ୍ୟୁଟି କରୁଥିବା ବେଳେ ବୀରପୁରୁଷୋତ୍ତମପୁର ରେଳ ଧାରଣା ଉପରେ ଜଣେ ୨୦ବର୍ଷ ବୟସ୍କ ଯୁବକ ଏକାକୀ ବୁଲୁଥିବା ଦେଖିଥିଲେ । ଯୁବକଙ୍କୁ ସେମାନେ ଆରପିଏଫ୍ ଫାଣ୍ଡିକୁ ନେଇ ପଚରାପଚରି କରିଥିଲେ।
ତେବେ ଯୁବକ ମୁକବଧିର ହୋଇଥିବାରୁ କିଛି କହିପାରି ନଥିଲେ । ତାଙ୍କ ହାତରେ ଏକ ଟେଲିଫୋନ ନମ୍ବର ଚିତାକୁଟା ହୋଇ ରହିଥିଲା । ସେହି ନମ୍ବରରେ ରେଳସୁରକ୍ଷା ବାହିନୀ ଯୋଗାଯୋଗ କରିବାରୁ ଉତ୍ତରପ୍ରଦେଶ ଗୋରଖପୁର ଥାନା ଅନ୍ତର୍ଗତ ମହାଦେବ ଜଙ୍ଗଲ ଗ୍ରାମର ଅମରନାଥ ଯାଦବ ଟେଲିଫୋନ ଧରିଥିଲେ । ଉଦ୍ଧାର ହୋଇଥିବା ଯୁବକଙ୍କର ସେ ପିତା ବୋଲି ପରିଚୟ ଦେଇଥିଲେ । ଯୁବକ ଜଣଙ୍କ ଜନ୍ମରୁ ମାନସିକ ବିକୃତି ଥିବା ତାଙ୍କ ବାପା ଆରପିଏଫ୍ କର୍ମଚାରୀଙ୍କୁ କହିଥିଲେ । ଗତ ୧୩ତାରିଖ ଠାରୁ ଯୁବକ ଜଣଙ୍କ ତାଙ୍କ ଗ୍ରାମରୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ସେଠାରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଯୁବକଙ୍କର ସନ୍ଧାନ ମିଳିନଥିଲା ।
ପୁରୀ ଆରପିଏଫ୍ ଠାରୁ ପୁଅ ସମ୍ପର୍କରେ ସୂଚନା ପାଇ ଅମରନାଥ ବୁଧବାର ଅପରାହ୍ନ ୪ଟାରେ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ । ସେଠାରୁ ପୁରୀ ଆସି ଆରପିଏଫ୍ ଥାନାରୁ ପୁଅକୁ ସାଥୀରେ ନେଇଥିବା ଜଣାପଡିଛି।
Related Stories
November 22, 2024