-
ପୁରୀ ସହରର ବିକାଶ ପ୍ରକଳ୍ପ ଗୁଡିକୁ ସାର୍ବଜନୀନ କରାଯାଉ -ସଚେତନ ନାଗରିକ ମଞ୍ଚ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସଚେତନ ନାଗରିକ ମଞ୍ଚ, ପୁରୀ ତରଫରୁ ପୁରୀ ସହର ଭାରତର ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ହୋଇଥିବାରୁ ଏହାର ଉର୍ନ୍ନତି ପାଇଁ ବିଭିନ୍ନ ସମସ୍ୟାର ସମାଧାନ ଦାବିକରିଛି |
ପୁରୀ ସହରକୁ ମଦମୁକ୍ତ କରିବା ପାଇଁ ଦାବି କରିଛି ସଚେତନ ନାଗରିକ ମଞ୍ଚ । ପୁରୀ ବିକାଶ ପାଇଁ ବୁଧବାର ୩୦ ଦାବି
ସମ୍ବଳିତ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।ପୁରୀ ସହରର ବିକାଶ ପ୍ରକଳ୍ପ ଗୁଡିକୁ ସାର୍ବଜନୀନ କରାଯିବା ସହ ସାହିମୁଖିଆ ଏବଂ ସ୍ନେଚ୍ଛାସେବୀ ସଂଗଠନକୁ ସେଥିରେ ସାମିଲ କରିବା ଏବଂ ଜନଶୁଣାଣି ପାଇଁ ପ୍ରସ୍ତାବ ଦିଆଯାଇଛି । ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ
ଜବରଦଖଲମୁକ୍ତ କରାଯାଇ ଉଠାଦୋକାନୀଙ୍କୁ ଅନ୍ୟତ୍ର ଥଇଥାନ, ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପୁନରୁଦ୍ଧାର, ଶରଧାବାଲିକୁ ଅବରୋଧମୁକ୍ତ କରିବା, ସହରର ବିଭିନ୍ନ ସ୍ଥାନରେ ପରିଶ୍ରାଗାର
ନିର୍ମାଣ, ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ
ପାଠାଗାର ଓ ସଂଗ୍ରହାଳୟ ନିର୍ମାଣ କରାଯିବାକୁ ଅନୁରୋଧ କରାଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି,ସହରର ତିନୋଟି ପ୍ରବେଶପଥ ଜବରଦଖଲମୁକ୍ତ ଶ୍ରୀମନ୍ଦିର ଚତୁ ପାର୍ଶ୍ଵରେ ତିନିଚକିଆ ଓ
ଚାରିଚକିଆ ଗାଡି ଚଳାଚଳ ନିଷେଧ ଏବଂ ଯଥାଶୀଘ୍ର ସିଦ୍ଧମହାବୀର ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇଛି । ଶ୍ରୀମନ୍ଦିରରେ ମୋବାଇଲ ଫୋନ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖାଲି ପଡିଥିବା ଡାକ୍ତର ଓ କର୍ମଚାରୀ ପଦ ପୂରଣ, ସହର ଉପକଣ୍ଠରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ, ପୁରୀରେ ଆଉ ଗୋଟିଏ କଲେଜ
ପ୍ରତିଷ୍ଠା, ତୀର୍ଥ ପୁଷ୍କରିଣୀ ଗୁଡିକର ଉନ୍ନତିକରଣ,
ନିଜସ୍ବ ଗାଡି ପର୍କିଙ୍ଗ ବ୍ୟବସ୍ଥା ନ ମାର୍କେଟ କମ୍ପ୍ଲେକ୍ସ ଗୁଡିକୁ ବନ୍ଦ କରିବା ସକୁ ବଡଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ମଞ୍ଚ କର୍ମକର୍ତ୍ତା ପ୍ରସ୍ତାବ ଦେଇଛନ୍ତି । ସଭାପତି ପ୍ରସନ୍ନ କୁମାର ଦାଶଙ୍କ
ନେତୃତ୍ବରେ ଶିବସୁନ୍ଦର ମିଶ୍ର, ବଦ୍ରି ମିଶ୍ର,ଅଶୋକ କୁମାର , ଲଳିତେନ୍ଦୁ ମିଶ୍ର ଏବଂ ଧୃତିରଞ୍ଜନ ପତି ଦାବିପତ୍ର ପ୍ରଦାନ କରିବା ଜଣାପଡ଼ିଛି ।