Related Stories
November 22, 2024
ମାଲକାନଗିରି , ମାଲକାନଗିରି ଜିଲ୍ଲାର ୭ ଟି ବ୍ଲକ ସହ ବାଲିମେଳା ବିଜ୍ଞାପିତ ଅଞ୍ଚଳ ଓ ମାଲକାନଗିରି ପୌରାଞ୍ଚଳରୁ ଆଜି ନୂତନ ଭାବେ ୫ ୬ ଜଣ କରୋନା ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି!ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ୭ 0୫ ରେ ପହଞ୍ଚିଛି!ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯ 0୧ ୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି!ଏବେ ଜିଲ୍ଲାରେ ୬ ୫ ୨ ଟି ସକ୍ରିୟ ମାମଲା ରହିଛି!ଜିଲ୍ଲାରେ କାରୋନାରେ ଆକ୍ରାନ୍ତ ହୋଇ ଆଜି ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି!ଏଥିସହ ମୃତ୍ୟୁ ସଂଖ୍ୟା ୩ ୬ କୁ ବୃଦ୍ଧି ପାଇଛି!ଆଜି ଚି଼ହ୍ନଟ ମାନଙ୍କ ଭିତରୁ ଯେଉଁ ମାନେ ଗୁରୁତର ଅଛନ୍ତି ତାଙ୍କୁ କୋଭିଡ ମେଡିକାଲ କୁ ପଠାଯାଇଥିବାବେଳେ ସାମାନ୍ୟ ଆକ୍ରାନ୍ତଙ୍କୁ ଗୃହ ସଂଗରୋଧରେ ରଖାଯାଇଛି!ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର ୨ ଜଗନ୍ନାଥ ମନ୍ଦିର ଲାଇନ , ୱାର୍ଡ ନମ୍ବର ୬ ପୁରୁଣା ପୋଷ୍ଟ ଅଫିସ ସାହି, ୱାର୍ଡ ନମ୍ବର୧ ୫ ରିକଲ୍ଲାମେଶନ କଲୋନୀ ଓ ୱାର୍ଡ ନମ୍ବର 14 ଝାଟିମାଟି କଲୋନୀ ରୁ 4 ଜଣ ଚି଼ହ୍ନଟ ହୋଇଛନ୍ତି!ସେହିପରି ମାଲକାନଗିରି ବ୍ଲକର ତମସା, ଚାଲାଣଗୁଡା, ଶିଖପାଲି, ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ଓ ପେଡାକୋଣ୍ଡା ପଞ୍ଚାୟତରୁ ୯ ଜଣ! କୋରୁକୋଣ୍ଡା ବ୍ଲକର ତାରଲାକୋଟା, ପୁରୁଣା ଚି଼ମଟାପାଲି ଓ ନୀଳାକାମ୍ବେରୁ ପଞ୍ଚାୟତରୁ ୩ ଜଣ!ମାଥିଲି ବ୍ଲକର ଭେଜାଗୁଡା, ଆମ୍ବାଗୁଡା ଓ ଚାଉଳମେନ୍ଦି, ପଞ୍ଚାୟତ ରୁ ୫ ଜଣ!ଖଇରପୁଟ ବ୍ଲକର କୁଡୁମୁଲୁଗୁମା ପଞ୍ଚାୟତରୁ ଜଣେ !କାଲିମେଳା ବ୍ଲକ ର କାଲିମେଳା, ଲୁଗେଲ, ଚିତ୍ରାଙ୍ଗପାଲି, ମାନ୍ଦାପାଲି, ମାଲାବରମ ଓ ତାଣ୍ଡବାଇ ପଞ୍ଚାୟତରୁ ୨ ୭ ଜଣ!ପଡିଆ ବ୍ଲକର ପଡିଆ, ମାଟେରୁ, ଶିମିଳିବାଞ୍ଛା ଓ ପଡିଆ ପଞ୍ଚାୟତରୁ ୩ ଜଣ!ବାଲିମେଳା ବିଜ୍ଞାପିତ ଅଞ୍ଚଳର ୱାର୍ଡ ନମ୍ବର ୫ ଓ ୱାର୍ଡ ନମ୍ବର ୯ ରୁ ୩ ଜଣ ଏବଂ ଚିତ୍ରକୋଣ୍ଡା ବ୍ଲକ ର ଚିତ୍ରକୋଣ୍ଡା ପଞ୍ଚାୟତରୁ ଜଣେ ଚି଼ ହ୍ନଟ ହୋଇଛନ୍ତି ! ଚି଼ହ୍ନଟ ସମସ୍ତେ କ୍ଲିନିକାଲ ରିଫେର ପରେ ସଂକ୍ରମିତ ଥିବା ଜଣାପଡିଥିଲା!