
ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରଏସଏସର ତୃତୀୟ ସରସଂଘଚାଳକ ବାଲାସାହେବ ଦେଓରସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଆରଏସଏସର ତୃତୀୟ ସରସଂଘଚାଳକ ବାଲା ସାହେବ ଦେଓରସଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟିକୋଟି ବନ୍ଦନ । ସାମାଜିକ ସମରସତାର ପୁରୋଧା ଶ୍ରଦ୍ଧେୟ ଦେଓରସ ତାଙ୍କର ପୂରା ଜୀବନକୁ ଗରୀବ ଓ ବଂଚିତ ତଥା ଶୋଷିତ ବର୍ଗ ପାଇଁ ସମର୍ପିତ କରି ଥିଲେ । ରାଷ୍ଟ୍ର ତଥା ସମାଜ ପାଇଁ ତାଙ୍କର ସମର୍ପଣ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ।