ଖିମଜୀ ଫାଉଣ୍ଡେସନ ଭୁବନେଶ୍ୱର ତରଫରୁ ଶ୍ରୀମନ୍ଦିର ପ୍ରଶାସନକୁ ଏକ ଆମ୍ବୁଲାନ୍ସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଓ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଛି |ଯାହାର ମୂଲ୍ୟ ୨୭ ରୁ ୨୮ ଲକ୍ଷ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାଶକ ଡ଼ କିଷାନ କୁମାର କହିଛନ୍ତି |ଏହି ଆମ୍ବୁଲାନ୍ସ ଟିକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ସେବାରେ ବ୍ୟବହାର କରାଯିବ |ବିଭିନ୍ନ ସମୟରେ ଦର୍ଶନ ପାଇଁ ଲାଇନ ଲଗାଇ ଖରା, ବର୍ଷା ରେ କିଛି ଭକ୍ତ ଅସୁସ୍ଥ ମଧ୍ୟ ହୋଇପଡୁଛନ୍ତି ସେହି ସମୟରେ ଆମ୍ବୁଲାନ୍ସ ଟି କାର୍ଯ୍ୟରେ ଆସିବ |ଗତ କିଛିଦିନ ତଳେ ଏକ କଣ୍ଟେନରେ OBSC ତରଫରୁ ଏକ ପ୍ରାର୍ଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲୋକାର୍ପିତ ହୋଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାଶକ ଡ଼ କିଷାନ କୁମାର କହିଛନ୍ତି |
ସେ ରଥ ନିର୍ମାଣ ସମ୍ପର୍କିତ ସୂଚନା ଦେଇ କହିଛନ୍ତି ଯେ ତିନିରଥ ନିର୍ମାଣ ନିର୍ଦ୍ଧାରିତ ସମୟର ୯ ଦିନ ପୂର୍ବରୁ ଚାରି ନାହାକା ଉଠିଥିବାରୁ କାର୍ଯ୍ୟରତ ବିଶ୍ୱକର୍ମା ସେବକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି |ଏଥି ସହିତ ସେମାନେ ରଥ ନିର୍ମାଣ ଅନୁକୂଳ ଅକ୍ଷୟ ତୃତୀୟା ପରଠାରୁ ନିଜ ଘରୁ ଦୂରରେ ରହି ଏହି କାର୍ଯ୍ୟ ଉତ୍ସାହର ସହିତ କରିଥିବାରୁ ସେମାନଙ୍କ ତ୍ୟାଗ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାଶକ ପ୍ରଶଂସା କରିବା ସହିତ ସମସ୍ତଙ୍କ ସହଯୋଗ ରେ ଏହା ସମ୍ଭବ ହୋଇପାରିଛି ବୋଲି ନିଜ ମତ ପ୍ରକାଶ କରିଛନ୍ତି |