
ମାଲକାନଗିରି,କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଦଣ୍ଡାବାଡ଼ି ଅଞ୍ଚଳ କୁ ଲାଗି ରହିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କୁଟଣିପାଲି ପଞ୍ଚାୟତ ସ୍ଥିତ କୁଲାବେଡା ଜଙ୍ଘଲରେ କୁମିଙ୍ଗ ଅପରେସନ ରେ ଯାଇଥିବା ଏସ ଓ ଜି ଓ ଡ଼ିଭିଏଫ ଯବାନଙ୍କ ସହ ଆଜି ସକାଳୁ ମାଓବାଦୀ ଗୁଳିବିନିମୟ ହୋଇଥିବା ଜଣାପଡିଛି!ଦୀର୍ଘ ସମୟ ଧରି ଗୁଳିବିନିମୟ ହେବା ପରେ ମାଓବାଦୀ ମାନେ ଘଞ୍ଚ ଜଙ୍ଘଲ ରେ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ!ଏହି ଗୁଳିବିନିମୟରେ କେହି ମୃତାହତ ହୋଇନଥିବାବେଳେ ଯବାନ ମାନେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପେରସନ ଚଳାଇଛନ୍ତି!ଘଟଣା ସ୍ଥଳରୁ ମାଓବାଦୀ ବ୍ୟବହୃତ କିଛି ବନ୍ଧୁକ ମିଳିଥିବା ଶୁଣିବାକୁ ମିଳୁଥିବା ବେଳେ ଏ ସମ୍ପର୍କରେ ପୋଲିସ ପକ୍ଷରୁ କୋଣସି ସୂଚନା ଦିଆଯାଇନାହିଁ!