କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଓଡିଶାର ବଡ ପର୍ବ ରଜ ଏବଂ ୧୨ ମାସରେ ୧୩ ପର୍ବ ମଧ୍ୟରେ ରଜ ପର୍ବ ଅନ୍ୟତମ |ଓଡିଶାର ପର୍ବପର୍ବାଣି ଅନନ୍ୟ |ରଜ ପର୍ବରେ ଝିଅ, ବୋହୁ ମାନେ ସଜବାଜ ହୋଇଥାନ୍ତି |ଘରେ ମଧ୍ୟ ବିଭିନ୍ନ ପିଠାପଣା ପ୍ରସ୍ତୁତ କରାଯାଇଥାଏ |ହେଲେ ଏବେ ଯୁବପିଢ଼ି ଆମର ଏଭଳି ଏକ ବଡ ପର୍ବକୁ ଭୁଲିଯାଇ ପିଜା ଓ ବର୍ଗର କୁ ଆପଣାଇବା ସହିତ ଆମ ପରମ୍ପରାକୁ ଭୁଲିଯାଉଛନ୍ତି |ଏହାକୁ ଦୃଷ୍ଟିରେ ରଖି ଅଦରକାରୀ ୫୦୦ ଗ୍ରାମ ଖବର କାଗଜରେ ରଜ ପର୍ବରେ ଘରେ ପ୍ରସ୍ତୁତ କରାଯାଉଥିବା ବିଭିନ୍ନ ପିଠା ପଣା ସହିତ ରଜପାନ ପ୍ରସ୍ତୁତ କରି ଆଗାମୀ ଯୁବପିଢିଙ୍କ ଉଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ମାର୍କଣ୍ଡେଶ୍ୱର ସାହିର ବିଶ୍ଵରୂପା ପଟ୍ଟନାୟକ |ଏହି ପ୍ରସ୍ତୁତି ପାଇଁ ତାଙ୍କୁ ୩୦ ମିନିଟ ସମୟ ଲାଗିଥିଲା |
Related Stories
November 24, 2024