
ପୁରୀ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ମଙ୍ଗଳବାର ଦିନ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଏଥିରେ ଉଲ୍ଲେଖ କରାଯାଇଛି ଯେ ଚଳିତ ଜୁନ ମାସ ୦୪ ତାରିଖ ଅପରାହ୍ନ ଘଣ୍ଟା ୩.୩୦ ସମୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ୍ ବ୍ଲକ୍ ଯମୁନା ଏବଂ ପୁଡ଼ିସରା ଗ୍ରାମ ମଧ୍ୟରେ ଗୋଚାଲାଣ କାରୀ ମାନେ ଏକ ବେଆଇନ୍ ଗୋ ଚାଲାଣ କରୁଥିଲେ। ଗୋଚାଲାଣ କାରୀ ମାନଙ୍କ ସହିତ ଆଲୋଚନା ହେଉଥିବା ସମୟରେ ୩୦/୪୦ ଜଣ ବ୍ୟକ୍ତି ହଟାତ୍ ଅତର୍କିତ ଆକ୍ରମଣ କରି ଟାଙ୍ଗିଆ ଓ ଭୁଜାଲି ରେ ମରଣାତ୍ମକ ଆକ୍ରମଣ କରିଥିଲେ। ସେମାନେ ସୁନା ଚେନ ଛିଣ୍ଡାଇ ନେବା ସହ ୮୦୦୦୦ ଟଙ୍କା , ସଂଜିତ୍ କମ୍ପ ଙ୍କ ମୋବାଇଲ ଓ ଓଡ଼ିଶା ହାଲଚାଲ ନ୍ୟୁଜ୍ ଚାନେଲ୍ ର ବୂମ୍ ଛଡେଇ ନେବା ସହ କେଶରୀୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ, ମୁରୀବାହାଲ ବ୍ଲକ୍ ସଭାପତି ସଂଜିତ୍ କମ୍ପ, ଉପସଭାପତି ଶ୍ରୀକାନ୍ତ ଭୋଇ ଏବଂ ଅନ୍ୟ ୩ ଜଣ ଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି |ପ୍ରଥମେ ସେମାନେ ମୂରୀଵାହାଲ୍ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି।ଏହି ପରିପେକ୍ଷୀରେ ମୁରୀବାହାଲ ଥାନା ରେ ଲିଖିତ ଅଭିଯୋଗ ଦେବା ସତ୍ତ୍ଵେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୀ ନାହିଁ।ତେଣୁ ଗୋ ଚାଲାଣ କାରୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଗଂଠନ୍ ଦାବି ରଖିଛି । ଆଗକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ କେଶରୀୟା ହିନ୍ଦୁ ବାହିନୀ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ପୁରୀ ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଆଗାମୀ ଦିନ ରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ପରିସ୍ଥିତି ବହୁତ ଭୟାବହ ହେବ ବୋଲି ପୁରୀ ଜିଲ୍ଲା ସଭାପତି ରାଜେଶ୍ ନନ୍ଦ ଚେତାବନୀ ଦେଇଛନ୍ତି | ଏହି ଅବସରରେ ଜିଲ୍ଲା ସାଧାରଣ ସମ୍ପାଦକ ଦାଶରଥି ମହାନ୍ତି, ଜିଲ୍ଲା ସଂଯୋଜକ ବିସୁଦ୍ଧାନନ୍ଦ ଜେନା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।