
ତିନିରଥର ପୋଲ ଗୟଲ ସେଟିଙ୍ଗ ପରେ, ପଞ୍ଚ ଦଣ୍ଡାରେ ସେଟିଙ୍ଗ ହୋଇଥିବା ଗରଗରା ଉପରେ ‘ଚାରି-ନାହାକା’ ଉଠିବା ପାଇଁ ତିନିରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସେବକଙ୍କ ଦ୍ୱାରା ଚାରିନାହାକାକୁ ଗରଗରା ବିନ୍ଧ ରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଥିଲେ ।ପରମ୍ପରା ଅନୁସାରେ ଚାରି ନାହାକା ଉଠିବା ପର୍ବ ଦେବସ୍ନାନ ପୂର୍ଣ୍ଣମୀରେ ଅନୁଷ୍ଠିତ ହୋଇଥାଏ |ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ଚାରି ନାହାକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ବିଶ୍ୱକର୍ମା ସେବକମାନେ ରଥଯାତ୍ରାକୁ ନେଇ ଉତ୍ସାହିତ ଅଛନ୍ତି |ଶ୍ରୀମନ୍ଦିର ପ୍ରଶାସନର ସହଯୋଗ ଏବଂ କରୋନା ନିୟମ ପାଳନ ପୂର୍ବକ ସଂଘରୋଧରେ ରହିବା ଦ୍ୱାରା ଏହା ସମ୍ଭବ ହୋଇପାରିଛି |ଆଜି ମଧ୍ୟାନ ବିରତି ପରେ ତିନିରଥର ମହାରଣା ଭୋଇ ସେବକ
ମିଶି ପାର୍ଶ୍ୱ ଦଣ୍ଡା ମାନଙ୍କରେ ତିନୋଟି ଲେଖାଁଏ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଁଏ କୋଣ ଗୁଜ ଖଞ୍ଜି ପାର୍ଶ୍ୱ ଗୟଳ ପକାଇଛନ୍ତି ।