-
ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ପ୍ରଦାନ କରାଯାଇଛି
ନୂଆଦିଲ୍ଲୀ, ଲିପୋସୋମାଲ ଆମ୍ଫୋଟେରିସିନ-ବି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଜି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଟ୍ୱିଟର ଯୋଗେ ଘୋଷଣା କରିଛନ୍ତି । ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ଆବଂଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଠିକ ସମୟରେ ଚିକିତ୍ସା ପାଇଁ ପାରମ୍ପରିକ ଆମ୍ଫୋଟେରିସିନ-ବି ଯୋଗାଣ ସୁନିଶ୍ଚିତ କରାଯାଉଛି ।