-
ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀ ପାଇଁ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ମହାମହିମ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଏକ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, \”ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହାମହିମ ନାଫତାଲି ବେନେଟଙ୍କୁ ଅଭିନନ୍ଦନ । ଆସନ୍ତା ବର୍ଷ ଆମେ ଉନ୍ନତ କୂଟନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ପାଳନ କରୁଥିବାରୁ ମୁଁ ଆପଣଙ୍କୁ ଭେଟିବାକୁ ଏବଂ ଆମ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଅପେକ୍ଷା କରି ରହିଛି । ଅଇସ୍ରାଏଲ ପିଏମ” ।ଭାରତ-ଇସ୍ରାଏଲ ରଣନୈତିକ ଭାଗିଦାରୀକୁ ମଜଭୁତ କରିବାରେ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ନେତୃତ୍ୱ ତଥା ବ୍ୟକ୍ତିଗତ ଧ୍ୟାନ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଆପଣଙ୍କର ସଫଳ କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ଭାରତ-ଇସ୍ରାଏଲ ମଧ୍ୟରେ ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବାରେ ଆପଣଙ୍କର ନେତୃତ୍ୱ ଏବଂ ବ୍ୟକ୍ତିଗତ ଧ୍ୟାନ ଲାଗି ମୁଁ ମୋର ଗଭୀର କୃତଜ୍ଞତା ଜଣାଉଛି” ।