କନ୍ଧମାଳ,କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣ ପାରଦ ତଳକୁ ଖସିବାରେ ଲାଗିଛି । ଆଜି ମିଳିଥିବା ସୁଚନା ଅନୁସାରେ ଗତ ୨୪ ଘଣ୍ଟା ଭିତରେ ଜିଲ୍ଲାରେ ୫୫ ଜଣ ନୁଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ଜଣେ ଏବଂ ଗ୍ରାମାଂଚଳରୁ ୪ ଜଣଙ୍କୁ ମିଶାଇ ମୋଟ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ସେହିପରି ଜିଲ୍ଲାର ବାଲିଗୁଡା ଗ୍ରାମାଂଚଳରେ ୩ ଜଣ କୁ ଚିହ୍ନଟ କରାଯାଇଛି । ଜିଲ୍ଲାର ଚକାପାଦରେ ୪ ଜଣ,ଦାରିଙ୍ଗବାଡିରେ ୧୦ ଜଣ,ଘୁ.ଉଦୟଗିରିରେ ୩ ଜଣ ,ଖଜୁରିପଡାରୁ ୮,କୋଟଗଡରେ ୭ ଜଣ,ଫିରିଙ୍ଗିଆରେ ୫ ଜଣ,ରାଇକିଆର ୨ ଜଣ ଏବଂ ଟିକାବାଲିର ୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦,୧୯୬ ରେ ପହଂଚିଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ ୯,୪୯୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣ ଜନିତ ମୃତୁ୍ୟ ସଂଖ୍ୟା ୪୪ ରହିଛି । ଜିଲ୍ଲାରେ ଆଉ ୬୬୦ ଜଣ ସଂକ୍ରମିତ ପୃଥକ ବାସରେ ଏବଂ କୋଭିଡ ହସ୍ପିଟାଲରେ ଚିକିସôାଧିନ ଅଛନ୍ତି ।