ଭୁବନେଶ୍ୱର, ନକଲି ଔଷଧ କାରବାର ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଂଚ ଏସଟିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପୋଲିସ୍ ଡିଜି ଶ୍ରୀ ଅଭୟ ଏହି ସୂଚନା ଦେଇଛନ୍ତି । ଡ୍ରଗ୍ସ କେଂଟ୍ରାଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଖୁବ୍ ଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି ଡିଜିପି କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ କଟକରୁ ନକଲି ଔଷଧ ଜବତ ଘଟଣାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସନ୍ଧ୍ୟାରେ କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଥିଲେ । ଗତ ୧୧ ତାରିଖ ଦିନ କଟକ ସହରର କନିକା ଛକ ନିକଟ ଏକ ଔଷଧ ହୋଲସେଲ୍ ଗୋଦାମରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିଲା । ଔଷଧ ଦୋକାନ ଉପରେ ଡ୍ରଗ୍ସ କଂଟ୍ରୋଲର ସ୍କ୍ୱାର୍ଡ ଚଢାଉ କରି ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଥିଲା । ମେଡିସିନ ହୋଲସେଲର ଦୋକାନରୁ କରୋନା ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୧୭ ହଜାର ଫାଭିପିରାଭିର ଟାବଲେଟ ଜବତ ହୋଇଥିଲା ।