
କନ୍ଧମାଳ,ରାଷ୍ଟୀ୍ରୟ ମର୍ଯ୍ୟାଦା ପ୍ରଦାନ ପରେ ଜନ୍ମମାଟିରେ ଶେଷକୃତୁ୍ୟ ସମ୍ପର୍ଣ୍ଣ ହୋଇଛି ଜବାନ ସଞ୍ଜୟ ପ୍ରଧାନଙ୍କର । ଜାମୁକାଶ୍ମୀରର ଶ୍ରୀନଗରରୁ ଭୁବନେଶ୍ୱର ଏବଂ ପରେ ଜବାନ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଅଂଚଳର ବାଘରମାଠାରେ ମଙ୍ଗଳବାର ସକାଳ ୭ଟାରେ ପହଂଚିଥିଲା ତାଙ୍କର ପାର୍ଥିବ ଶରୀର । ରାଷ୍ଟୀ୍ରୟ ମର୍ଯ୍ୟାଦାରେ ତାଙ୍କୁ ଶେଷ ବିଦାୟ ଦେବାପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଶତାଧିକ ଲୋକଙ୍କର ଉପସ୍ଥିତ ରହି ସାମରିକ ମର୍ଯ୍ୟାଦା ପ୍ରଦାନ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ପୁର୍ବକ ତାଙ୍କର ଶେଷ ଦର୍ଶନ କରିଥିଲେ ।

ରବିବାର ଶ୍ରୀନଗରରେ କାର୍ଯ୍ୟରତ ଅବସ୍ଥାରେ ହୃଦଘାତରେ ଦେହାନ୍ତ ଘଟିଥିଲା ଜବାନ ସଞ୍ଜୟ ପ୍ରଧାନଙ୍କର । ତାଙ୍କୁ ୩୫ ବର୍ଷ ବୟଷ ହୋଇଥିଲା । ସେ ଗତ ମାସରେ ଛୁଟିରେ ଘରକୁ ଆସି ଜୁନ୍ ମାସ ଏକ ତାରିଖରେ କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ । ସଞ୍ଜୟ ପ୍ରଧାନ ଗତ ୨୦୦୭ ମସିହାରେ ଭାରତୀୟ ସେନାରେ ଯୋଗ ଦେଇ ୪୭ ଆରଆର ବିହାର ବାଟାଲିୟନରେ କାର୍ଯ୍ୟରତ ଥିଲେ । ତାଙ୍କର ଏହି ଅକସ୍ମାତ ମୃତୁ୍ୟରେ ତାଙ୍କର ଗ୍ରାମ ଏବଂ ବନ୍ଧୁ ପରିଜନ ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।