
-
ତିନି ରଥର ପ୍ରଥମ ଭୂଇଁ ପାଇଁ ୪ଟି ପୋଟଳ ଖମ୍ବୀ ୨ଟି ଲେଖାଁଏ ସାଲ ଓ ୭ଗୋଟି ଯୋଖା ଖୋଦେଇ ଶେଷ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଆଜି ତିନିରଥର ପଞ୍ଚ ଦଣ୍ଡାରେ କଣ୍ଟା ଵାଡ଼ିଆ କାର୍ଯ୍ୟ, ତିନି ରଥର କମାର ସେବକ, ତିନିରଥ ମହାରଣା ଏବଂ ତିନିରଥର ଭୋଇ ସେବକଙ୍କ ସହଯୋଗ ରେ ସମ୍ପୂର୍ଣ୍ଣ ହୋଇଅଛି।
(ତିନି ରଥର ଅଖ ଉପରେ ଦଣ୍ଡା ଫ୍ରେମ ମଜଭୁତ ପାଇଁ କଣ୍ଟା ଵାଡ଼ିଆ ପରେ ପାଞ୍ଚ ଦଣ୍ଡା ଆଗ ଏବଂ ପଛ ରେ ମୁହାଁଟ ସଂଯୋଗ ହୋଇ ଆଗ ମୁହାଁଟ ରେ ପାଞ୍ଚୋଟି ସାଲଗୁଜ ଏବଂ
ପଛ ମୁହାଁଟରେ ତିନୋଟି ଜଳଯନ୍ତ୍ର ଏବଂ ଦୁଇଟି ସାଲଗୁଜ ଉଠି ଗୁଜ ଉପରେ ନିରାଡ଼ି ପଡ଼ିଅଛି ।)
ତିନିରଥର ପଞ୍ଚ ଦଣ୍ଡାରେ କଣ୍ଟା ଵାଡ଼ିଆ ପରେ ପଞ୍ଚ ଦଣ୍ଡା ର ମଧ୍ୟଭାଗର ଦୁଇପଟେ ଦୁଇଟି ‘ଗରଗରା’ ଫିଟିଙ୍ଗ କରାଯାଇଛି । ‘ଗରଗରା’ ଫିଟିଙ୍ଗ ପୂର୍ବରୁ ଦଣ୍ଡା ସହ ଗରଗରାର ସଂଯୋଗ ସ୍ଥାନରେ ଗରଗରା ର ତଳ ଭାଗ କାପ କରାଯାଇ ବିନ୍ଧ ପରେ କମାର ସେବକ ମାନେ ୨୨ ଏମ.ଏମ ର କଣ୍ଟା ବାଡେଇ ଗରଗରା ସେଟିଂ କରିଛନ୍ତି ।
(ଏହାପରେ ତିନି ରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ଫିଟିଙ୍ଗହେଇ ଚାରି ନାହାକା ଉଠିବ) ତାଳଧ୍ଵଜ ରଥର ଦୁଇଟି ଏବଂ ନନ୍ଦିଘୋଷ ରଥର ଦୁଇଟି ପୋଲ ଗୟଳ ରଚପଟ ଶେଷ ହୋଇ,ଦେବଦଳନ ରଥର ପୋଲ ଗୟଳ ଚିରଟ ସାରି କରତି ସେବକ ଦେବଦଳନ ରଥ ମହାରଣା ଙ୍କୁ ଯୋଗାଇ ଛନ୍ତି । ଗୟଳ ଚଉପଟ ପରେ ଆସନ୍ତା କାଲି ତିନି ରଥରେ ଗୟଳ ଫିଟିଙ୍ଗ ହେବା ସମ୍ଭାବନା ରହିଛି । ଆଜି ତିନି ରଥର ପ୍ରଥମ ଭୂଇଁ ପାଇଁ ୪ଟି ପୋଟଳ ଖମ୍ବୀ ଦୁଇଟି ଲେଖାଁଏ ସାଲ ହେବା ସହ ୭ଗୋଟି ଯୋଖା ଖୋଦେଇ ଶେଷ ହୋଇଛି ।
ତିନି ରଥର ୨ଟି ଲେଖାଁଏ ପୋଟଳ ପାରେଣି, ୭ଟିଲେଖାଁଏ ଯୋଖା,ଏବଂ ଗୋଟିଏ ଲେଖାଁଏ ଚାର ପରିଛା ଶେଷ କରିଛନ୍ତି । ପ୍ରତି ରଥ ପାଇଁ ୮ଟି ନାଟ ଗୋଡ଼ରୁ ୪ଟି ଲେଖାଁଏ ନାଟ ଗୋଡ଼ରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନିରଥର ଓଝା ବା କମାର ସେବକ ମାନେ ତିନି ରଥରେ ଦଣ୍ଡା, ଏବଂ ଗରଗରା ରେ କଣ୍ଟା ଵାଡ଼ିଆ ପରେ ରଥ ଉପରି ଭାଗ ପାଇଁ କଣ୍ଟା ନିର୍ମାଣ କରୁଛନ୍ତି।