ଭୁବନେଶ୍ୱର, ଗତ ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି । ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକମାନେ କଟକଣା ମାନିବା ଆବଶ୍ୟକ, ନଚେତ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ ବୋଲି ମତ ବ୍ୟକ୍ତ କରିଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେ କହିଛନ୍ତି ଯେ ଲୋକେ ସହଯୋଗ କଲେ କଟକଣାର ଆବଶ୍ୟକ ନାହିଁ । କୋଭିଡ କଟକଣା,ଟୀକା କରଣ ଓ ଭାଇରସର ପରିବର୍ତିତ ସଂକ୍ରମଣ ଉପରେ ତୃତୀୟଲହର ନିର୍ଭର କରେ । ଏଥିରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ । ବର୍ତମାନ ଭାରତରେ ୨୮ ଟି ଲ୍ୟାବରେ ଜିନ୍ ସିକ୍ୟୁଏନ୍ସି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।