
କନ୍ଧମାଳ – ରାଜ୍ୟ ସରକାର ଗରିବ ଲୋକଙ୍କପାଇଁ ଜନ୍ମରୁ ମୃତୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି କିନ୍ତୁ ଏହି ଯୋଜନାର ସହାୟତାରେ ଲୋକେ ନିଜ ଗାଁରେ ରହି ରୋଜଗାର କରିବା ବଦଳରେ ରାଜ୍ୟ ବାହାରକୁ ଯାଉଛନ୍ତି ଦାଦନ ଖଟିବାକୁ. ରବିବାର ରାତି ୯. ୩୦ ସମୟରେ ବାଲିଗୁଡ଼ାରେ ୩ ଜଣ ନାବାଳିକାଙ୍କ ସମେତ ୧୯ ଜଣ ଦାଦନ ଶ୍ରମିକ ବାହରକୁ ଚାଲାଣ ହେଉଥିବାବେଳେ ଉଦ୍ଧାର କରାଯାଇଛନ୍ତି. ଏହାସହିତ ସେମାନଙ୍କୁ ଚାଲାଣ କରୁଥିବା ଦଲାଲ ମଧ୍ୟ ଧରାପଡିଛି. ୧୯ ଜଣଙ୍କ ମଧ୍ୟରୁ ୯ଜଣ ଜଣ ମହିଳା ଓ ୩ ନାବାଳିକା ଥିବା ବେଳେ ୭ଜଣ ପୁରୁଷ ଅଛନ୍ତି. ଯାହାକୁ ବାଲିଗୁଡ଼ା ପୋଲିସ ଉଦ୍ଧାର କରିବା ସହିତ ଏମାନଙ୍କ ନେଉଥିବା ଦଲାଲକୁ ଗିରଫ କରିଛି. ସୋନପୁର ଅଂଚଳର ଦଲାଲ ଆସୁତୋଷ ଗେଜେ ରାୟଗଡ଼ା ଅଂଚଳର ଏହି ୧୯ ଜଣଙ୍କୁ ବାଲିଗୁଡ଼ାକୁ ଆଣି ସେମାନଙ୍କୁ ବାହାରକୁ ଚାଲଣ କରିବାକୁ ବାଲିଗୁଡ଼ା ସ୍ଥିତ ଚର୍ଚ୍ଚଗେଟ ନିକଟରେ ବସକୁ ଅପେକ୍ଷା କରିଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ପୋଲିସ ସେଠାରେ ପହଂଚି ଚଢାଉ କରବା ସହିତ ଶ୍ରମିକମାନଙ୍କୁ ଉଦ୍ଧାର କରିଛି. ଏ ନେଇ ବାଲିଗୁଡ଼ା ପୋଲିସଏକ ମାମଲା ୧୪୩ / ୨୦୧୯ ରୁଜୁ କରି ଦଲାଲ ଆଶୁତୋଷ ଗେଜେକୁ କୋଟଚାଲାଣ କରିଛି. ସୁଚନା ପ୍ରକାରେ କନ୍ଧମାଳ ଜିଲାରୁ କ୍ରମାଗତ ଭାବେ ଯୁବତୀ ତଥା ନାବାଳିକା ଚାଲାଣ ହେଉଥିବା ବେଳେ ବହୁ ସମୟରେ ସେମାନଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି. ରବିବାର ଦିନ ବାଲିଗୁଡ଼ା ବସଷ୍ଟାଣ୍ଡରୁ ଏଭଳି ଏକ ଦାଦନ ଶ୍ରମିକ ଦଳକୁ ଚାଲାଣବେଳେ ଉଦ୍ଧାର କରିଛି ପୋଲିସ. ଏ ନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ପ୍ରଧାନ. କନ୍ଧମାଳ ଜିଲା ଶ୍ରମ ବିଭାଗ ତରଫରୁ ସେମାନଙ୍କୁ ଜଣେ ଶ୍ରମ ନିରୀକ୍ଷକଙ୍କ ତତ୍ୱାବଧାନରେ ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମାନଙ୍କୁ ନେଇ ସେମାନଙ୍କ ଜିଲାରେ ପହଂଚାଇବା ଦାୟୀତ୍ୱ ପ୍ରଦାନ କରାଯାଇଛି. ଏହାସହିତ ସେମାନଙ୍କୁ କିଭଳି ନିଜ ଗ୍ରାମରେ ରୋଜଗାର ମିଳିବ ସେଥିପାଇଁ ମଧ୍ୟ ରାୟଗଡା ଜିଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଜିଲା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା.