
ଗତ ରବିବାର ଦିନ happy muzik charity ଅନ୍ୟ ଏକ ପ୍ରତିଷ୍ଠିତ ସମାଜସେବୀ ସଂସ୍ଥା angelis welfare organisation ସହିତ ମିଳିତ ଉଦ୍ୟମରେ ସମୁଦ୍ରକୁଳ ସ୍ଥିତ ପେଣ୍ଠକଟା ତାରିଣୀ ବସ୍ତି ଠାରେ charity କାର୍ଯ୍ୟକ୍ରମ ହୋଇଥିଲା |add-executive officer ଶ୍ରୀଯୁକ୍ତ ସରୋଜ କୁମାର ସ୍ୱାଇଁଙ୍କର ଉପସ୍ଥିତି ରେ ବସ୍ତିର ପ୍ରତ୍ୟେକ ଘର ପିଛା ସପ୍ତାହ ପର୍ଯ୍ୟନ୍ତ ଖାଇବା ରାସନ ବିତରଣ କରାଯାଇଅଛି |
happy muzik charity ର ପ୍ରମୁଖ ପ୍ରଣବ ବରାଳ ଏବଂ ରାଜା ମର୍ଦରାଜ ଙ୍କ ସହିତ angelis ସଂସ୍ଥାର ପ୍ରମୁଖ ଵିଶାଲ ଅଗ୍ରୱାଲ, ବିରେନ ସଲାଟ, ହିତେଶ ସେଠ, ଆଗାମୀ ଦିନ ମାନଙ୍କରେ ଏହିଭଳି ସମାଜ ସେବା ଜାରି ରଖିବାପାଇଁ ପ୍ରତିଶୃତି ଦେଇଛନ୍ତି |ଦୁଇ ସଂସ୍ଥାର ମିଳିତ ଆହ୍ୱାନ କରିଛନ୍ତି ଯେ ଯଦି ସମାଜର ସକ୍ଷମ ସମ୍ରାନ୍ତ ଶ୍ରେଣୀ ଏହି ଦୁଃଖଦ ସମୟରେ ସହଯୋଗ ଏବଂ ସାହାଯ୍ୟର ହାତ ବଢ଼ାନ୍ତି ଏହା କିଛି ପରିମାଣରେ ଭୋକିଲା ପେଟର କଷ୍ଟ ଲାଘବ କରିପାରିବ |