
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ତିନିରଥର ଚକ ଡେରା ନୀତି ପରେ ଆଜି ତିନି ରଥରେ ଦଣ୍ଡା ପଡି ଅଛି ।ଅଖ ମାନଙ୍କରେ ଦଣ୍ଡା ଗୁଡିକ ମଜଭୁତ ହୋଇ ରହିବାପାଇଁ ସେଥିରେ ଅଗ ପାତେଳି କଣ୍ଟା ଵାଡ଼ିଆ ହେବ। ଏଣୁ ଦଣ୍ଡା ଗୁଡ଼ିକ ଅଖକୁ ସ୍ପର୍ଶ କରୁଥିବା ସ୍ଥାନ ରେ ଦଣ୍ଡାର ତାଳପଟ ଅର୍ଦ୍ଧ ଚନ୍ଦ୍ରାକାର ଭଳି କଟାଯାଇ ବା କାପ କରାଯିବା ସ୍ଥାନ
ଗୁଡିକରେ କାପ ଚିହ୍ନ ବା କାପ ଗାରିଆ ହେବ, ଅଖ ଉପରୁ ଦଣ୍ଡା କଢ଼ା ଯାଇ ଦଣ୍ଡାରେ କାପ ଖୋଦେଇ ପରେ ପୁନଶ୍ଚ କାପ ହୋଇଥିବା ଦଣ୍ଡା ଗୁଡିକୁ ଅଖ ସହିତ ସେଟ କରାଯାଇ
ଅଗ ପାତେଳି କଣ୍ଟା ଵସି ଦଣ୍ଡା ଫ୍ରେମ ଗୁଡିକରେ ବିଭିନ୍ନ ଅଂଶ ଯଥା ମୁହାଁଟି,କୋଣଗୁଜ, ଜଳଯନ୍ତ୍ର ଇତ୍ୟାଦି ସେଟିଙ୍ଗ କରାଯିବ| ଆଜି ବର୍ଷା ହେତୁ ଦଣ୍ଡାରେ କାପ ଚିହ୍ନ ବା କାପ ଗାରିଆ କାର୍ଯ୍ୟ ବାଧା ପ୍ରାପ୍ତ ହୋଇଛି ।
ଦୋଳବେଦୀ ଠାରେ କରତିସେବକ ମାନେ ଦେବଦଳନ ରଥର ପୋଲ-ଗୟଳ ଚିରଟ କାମ ଆରମ୍ଭ କରିଛନ୍ତି |
ଦୋଳ ବେଦୀସ୍ଥ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ ତିନିରଥ ରେ ଦଣ୍ଡା ବସିବାପାଇଁ ଆବଶ୍ୟକ କଣ୍ଟା ଯଥା ତାଳଧ୍ଵଜ
ରଥପାଇଁ ‘ଅଗ ପାତେଳି’-୩୮ଏବଂ ‘ଚଉରସ’ କଣ୍ଟା ରୁ୩୯ ମୋଟ ୭୭ ଟି କଣ୍ଟା,ଦେବଦଳନ ରଥପାଇଁ ୨୮ ଟି ଅଗ ପତେଳି ଏବଂ ୩୦ଟି ଚଉରସ କଣ୍ଟା ମୋଟ ୫୮ ଟି କଣ୍ଟା ଏବଂ ନନ୍ଦିଘୋଷ ରଥ ପାଇଁ ୪୦ ଗୋଟି ଅଗ ପାତେଳି,ଓ ୪୮ ଟି ଚଉରସ କଣ୍ଟା ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ଥିବାରୁ ଉକ୍ତ କଣ୍ଟା ସାଇତା କାମ କରିଛନ୍ତି ।